ବାଲେଶ୍ୱର ଜିଲ୍ଲା ବାର ଆସୋସିଏସନ୍‌ର ନିର୍ବାଚନ ଶେଷ

ସଭାପତି ରଘୁନାଥ ପ୍ରଧାନ, ସଂପାଦକ ସମ୍ବିତ ନନ୍ଦୀ

ବାଲେଶ୍ୱର ଜିଲ୍ଲା ବାର ଆସୋସିଏସନ୍‌ର ନିର୍ବାଚନ ଶେଷ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାର ଆସୋସିଏସନ୍‌ର ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ଶେଷ ହୋଇଛି। ଆଜି ସକାଳ ୮ଟାରୁ ଅପରାହ୍ନ ୪ ପର୍ଯ୍ୟନ୍ତ ମତଦାନ ଚାଲିଥିଲା। ଅପରାହ୍ନ ୧.୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ମତଦାନ ବନ୍ଦ ରହି ପୁଣି ଆରମ୍ଭ ହୋଇଥିଲା। ଭୋଟରମାନେ କୋଭିଡ୍‌ କଟକଣାକୁ ପାଳନ କରି ମତଦାନ କରିଥିଲେ। ୪ଟାରୁ ମତଦାନ ବନ୍ଦ ହେବା ପରେ ୫ଟାରୁ ଗଣତି ଆରମ୍ଭ ହୋଇଥିଲା। ନିର୍ବାଚନରେ ମୋଟ ୧୦୮୪ ଜଣ ଭୋଟର ମତଦାନ କରିବ‌ାର ଥିବା ବେଳେ ୯୦୬ଜଣ ମତଦାନ କରିଥିଲେ। ସଭାପତି ପଦବି ପାଇଁ ଆଇନଜୀବୀ ରଘୁନାଥ ପ୍ରଧାନ, ରଘୁନାଥ ମହାଳିକ, ମନୋଜ କୁମାର ନାୟକ ଓ ବୈଲୋଚନ ଦାଶ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ସଂପାଦକ ପଦବି ପାଇଁ ସମ୍ବିତ ନନ୍ଦୀ ଓ କେଶବ ଆଚାର୍ଯ୍ୟ ପ୍ରତିଦ୍ବନ୍ଦିତା କରିଥିଲେ।

publive-image

ନିର୍ବାଚନରେ ସଭାପତି ଭାବେ ରଘୁନାଥ ପ୍ରଧାନ ୨୧ ଖଣ୍ଡ ଭୋଟ୍‌ ଅଧିକ ପାଇ ବିଜୟ ଲାଭ କରିଛନ୍ତି। ସେହିପରି ସଂପାଦକ ଭାବେ ସମ୍ବିତ ନନ୍ଦୀ ୧୫ ଖଣ୍ଡ ଭୋଟ୍‌ ଅଧିକ ପାଇ ବିଜୟ ଲାଭ କରିଛନ୍ତି। ଉପସଭାପତି ଭାବେ ନୃସିଂହ ଚରଣ ଚରଣ ନାୟକ, ସହସଂପାଦକ ଭାବେ ସୂର୍ଯ୍ୟକାନ୍ତ କର ଓ ବସନ୍ତ ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଶକ୍ତି ସାନ୍ତରା, ସହକୋଷାଧ୍ୟକ୍ଷ ଭାବେ ଅନ୍ନପୂର୍ଣ୍ଣା ରାଉତ, କାର୍ଯ୍ୟକାରୀ ସଦସ୍ୟ ଭାବେ ରଂଜିତ ପଣ୍ଡା, ଚନ୍ଦ୍ରକାନ୍ତ ଜେନା, କିଶୋର ବଲ୍ଲଭ ଦାସ, ରୀତାଞ୍ଜଳି ନନ୍ଦ, ବାସନ୍ତୀ ସାହୁ, ପ୍ରଭାତ କୁମାର ଦାସ, ଜ୍ଞାନରଂଜନ ପାଣି, ଏମ୍‌ଡି ଇସ୍‌ଲାମ୍‌, ମମତା ବେହେରା, ବିଜୟ କୁମାର ପରିଡ଼ା, ଅର୍ଜୁନ ମହାନ୍ତି, ରାମକୃଷ୍ଣ ଜେନା ବିଜୟ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ବରିଷ୍ଠ ଆଇନଜୀବୀ କାର୍ତ୍ତିକ ପ୍ରସାଦ ସି ଦାୟିତ୍ବ ତୁଲାଇଥିଲେ। ପ୍ରବୀର କୁମାର ବେହେରା, ପ୍ରଶାନ୍ତ କୁମାର ପଣ୍ଡା, ନିରଂଜନ ମଲ୍ଲିକ, ସୁଶାନ୍ତ ଜେନା, ଶଙ୍କର ଜେନା ପ୍ରମୁଖଙ୍କ ସମେତ ମୋଟ ୧୬ ଜଣ ବରିଷ୍ଠ ଆଇନଜୀବୀ ନିର୍ବାଚନକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe