ପ୍ରଥମେ ନିର୍ବାଚନ ନା ଜିଲ୍ଲା ଗଠନ ?

Advertisment
ଭୋଟରଙ୍କ ମନ ‘ପରିବର୍ତ୍ତନ’ ଚିନ୍ତା ଘାରିଲାଣି

The New Indian Express

ବରଗଡ଼: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବର୍ଷ ଶେଷ ସୁଦ୍ଧା ପଦ୍ମପୁରକୁ ଜିଲ୍ଲା ଗଠନ କରାଯିବ ବୋଲି ଘୋଷଣା କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି, ସାଧାରଣ ନିର୍ବାଚନ ପ୍ରଥମେ ହେବ ନା ଜିଲ୍ଲା ଗଠନ। ରାଜ୍ୟର ରାଜନୀତି ପାଣିପାଗ ସଅଳ ନିର୍ବାଚନକୁ ସୂଚାଉଛି। ଯଦି ଏହି ଆକଳନ ଠିକ୍‌ ରୁହେ, ନିଜ ପୂର୍ବ ପରିସୀମାରେ ହିଁ ପଦ୍ମପୁରରେ ନିର୍ବାଚନ ହେବ ଏବଂ ନିର୍ବାଚନମଣ୍ଡଳୀର ପୁନର୍ବିନ୍ୟାସ ପାଇଁ ସରକାରଙ୍କୁ ଯଥେଷ୍ଟ ସମୟ ମିଳିବ। ନଚେତ୍‌ ନୂଆ ପୁନର୍ବିନ୍ୟାସରେ ପଦ୍ମପୁର ନିର୍ବାଚନର ସମ୍ମୁଖୀନ ହେବ। ବର୍ତମାନ ପଦ୍ମପୁର ଉପଖଣ୍ଡରେ ପାଇକମାଳ, ପଦ୍ମପୁର, ଝାରବନ୍ଧ, ବିଜେପୁର, ଗାଇସିଲାଟ୍‌, ସୋହେଲା ବ୍ଲକ୍‌ ରହିଛି। ଏଥିରୁ ପାଇକମାଳ, ପଦ୍ମପୁର ଓ ଝାରବନ୍ଧ ତିନୋଟି ବ୍ଲକ୍‌ ପଦ୍ମପୁର ନିର୍ବାଚନମଣ୍ଡଳୀରେ।

ବିଜେପୁର ନିର୍ବାଚନମଣ୍ଡଳୀରେ ଗାଇସିଲାଟ୍‌ ଏବଂ ବିଜେପୁର ଥିବାବେଳେ ଭଟଲି ନିର୍ବାଚନମଣ୍ଡଳୀରେ ସୋହେଲା ରହିଛି। ବର୍ତ୍ତମାନ କେଉଁ କେଉଁ ବ୍ଲକ୍‌କୁ ନୂଆ ଜିଲ୍ଲାରେ ସାମିଲ କରାଯିବ, ତାକୁ ନେଇ ଚର୍ଚ୍ଚା ରହିଛି। କାରଣ ଏହାଦ୍ବାରା ହିଁ ନିର୍ବାଚନମଣ୍ଡଳୀର ପରିଧି ବି ଚୂଡ଼ାନ୍ତ ହେବ।  ପ୍ରାଥମିକ ସ୍ତରରୁ ଜଣାପଡ଼ୁଛି ବର୍ତ୍ତମାନର ନିର୍ବାଚନମଣ୍ଡଳୀର ତିନୋଟି ବ୍ଲକ୍‌ ସମେତ ଗାଇସିଲାଟ୍‌କୁ ମିଶାଇ ନୂତନ ଜିଲ୍ଲା ଗଠନ ହେବ। ଏଭଳି ସ୍ଥିତିରେ ବିଜେପୁର ନିର୍ବାଚନମଣ୍ଡଳୀରୁ ଗାଇସିଲାଟ୍‌ ହଟିଯିବ। ବିଜେପୁର ଏବଂ ବରପାଲି ବ୍ଲକ୍‌ରେ ନିର୍ବାଚନମଣ୍ଡଳୀ ସୀମିତ ରହିବ। ଦୂରତା କମ୍ ଦୃଷ୍ଟିରୁ ସୋହେଲା ସମ୍ଭବତଃ ବରଗଡ଼ ଉପଖଣ୍ଡରେ ଏବଂ ଭଟଲି ନିର୍ବାଚନମଣ୍ଡଳୀରେ ରହିବ। କାରଣ ଭଟଲି ନିର୍ବାଚନମଣ୍ଡଳୀର ପ୍ରାୟ ୨ଲକ୍ଷ ଭୋଟର୍‌ ମଧ୍ୟରୁ କେବଳ ସୋହେଲାରେ ଲକ୍ଷେ ପାଖାପାଖି ଭୋଟର୍‌ ରହିଛନ୍ତି।

ବର୍ତ୍ତମାନ ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ପରିଧିରେ ବରପାଲି ବ୍ଲକ୍‌ର ୭ଟି ପଞ୍ଚାୟତ ରହିଛି। ସେଗୁଡ଼ିକ ହେଲା ମହୁଲପାଲି, କୁଶନପୁରୀ, ଲେଣ୍ଡା, କଟାପାଲି, କନବାର, ବାଗବାଡ଼ି ଓ ବରମକେଲା। ତେଣୁ ପରିସୀମା ପୁନନିର୍ଦ୍ଧାରଣ ହେଲେ ଏହି ପଞ୍ଚାୟତଗୁଡ଼ିକୁ ବରଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀରୁ ବାଦ୍‌ ଦେଇ ବିଜେପୁର ନିର୍ବାଚନମଣ୍ଡଳୀରେ ସାମିଲ କରାଯାଇପାରେ। ତେବେ ଏସବୁ ପ୍ରକ୍ରିୟା ଅତି ଜଟିଳ। ତେଣୁ ସରକାର ନିର୍ବାଚନର ଯଥେଷ୍ଟ ପୂର୍ବରୁ ଏହି କାମ ସାରିବାକୁ ଚାହିଁବେ। କାରଣ ନିଷ୍ପତ୍ତି କିମ୍ବା ପ୍ରକ୍ରିୟା ଏପଟସେପଟ ହେଲେ ଭୋଟ୍‌ ସମୀକରଣ ବି ବିଗିଡ଼ିବା ଆଶଂକା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe