ନିର୍ବାଚନ ଫଳାଫଳ ଜାଣିବା ପାଇଁ ଜୟଦେବ ଭବନ ଏବଂ ଫରେଷ୍ଟ ପାର୍କରେ ଲାଗିବ ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ

Advertisment
ନିର୍ବାଚନ ଫଳାଫଳ ଜାଣିବା ପାଇଁ ଜୟଦେବ ଭବନ ଏବଂ ଫରେଷ୍ଟ ପାର୍କରେ ଲାଗିବ ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ

cityseeker

ଭୁବନେଶ୍ୱର: ଆସନ୍ତାକାଲି ଭୋଟ ଫଳାଫଳ ଜନସାଧାରଣଙ୍କୁ ଜଣାଇବା ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ତିନି ପ୍ରକାର ବ୍ୟବସ୍ଥା ହୋଇଛି। ରାଜଧାନୀର ଜନସାଧାରଣଙ୍କ ଅବଗତି ନିମନ୍ତେ ଜୟଦେବ ଭବନ ଏବଂ ଫରେଷ୍ଟ ପାର୍କରେ ଦୁଇଟି ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ ଲଗାଯିବ।

ନିର୍ବାଚନ ଫଳାଫଳ ନିର୍ବାଚନ କମିଶନଙ୍କ େଓ୍ଵବସାଇଟ (https//results-eci.gov.in)ରେ ଉପଲବ୍ଧ ହେବ। ଏହାଛଡା ଜନସାଧାରଣ ଭୋଟର ହେଲପ୍‌ଲାଇନ୍‌ ମୋବାଇଲ ଆଣ୍ଡ୍ରଏଡ ଲିଙ୍କ/ ଆପଲ୍‌ ପ୍ଲେଷ୍ଟୋର ଲିଙ୍କ ମାଧ୍ୟମରେ ନିର୍ବାଚନ ଫଳାଫଳ ପାଇ ପାରିବେ। ଏହାଛଡ଼ା ନିର୍ବାଚନ କମିଶନ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଡିଜିଟାଲ ଡିସ୍‌ପ୍ଲେ ବୋର୍ଡ ଜରିଆରେ ସୂଚନା ଯୋଗାଇ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe