Advertisment

ବିଜୁ ଯୁବ ଜନତା ଦଳର ନିର୍ବାଚନ ରଣନୀତି: ‘ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ’

Advertisment

ବିରୋଧୀଙ୍କ ଅପପ୍ରଚାର ବିରୋଧରେ ଲଢ଼େଇ କର: ପାଣ୍ଡିଆନ

ବିରୋଧୀଙ୍କ ଅପପ୍ରଚାର ବିରୋଧରେ ଲଢ଼େଇ କର: ପାଣ୍ଡିଆନ

ବିଜୁ ଯୁବ ଜନତା ଦଳର ନିର୍ବାଚନ ରଣନୀତି: ‘ଯୁବପିଢ଼ିଙ୍କ ସ୍ୱପ୍ନ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତିବଦ୍ଧ’

ଭୁବନେଶ୍ୱର: ବିଜୁ ଯୁବ ଜନତା ଦଳର ନିର୍ବାଚନୀ ପ୍ରସ୍ତୁତି ବୈଠକ ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ସଙ୍ଗଠନ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଲେ, ଯୁବକ ହେଉଛନ୍ତି ରାଜ୍ୟ ଗଠନର ସୂତ୍ରଧର। ୨୦୨୪ ନିର୍ବାଚନରେ ସେମାନେ ହିଁ ବିଜୁ ଜନତା ଦଳର ବୃହତ ବିଜୟର ମଙ୍ଗ ଧରିବେ। ଏହା ସହ ବିରୋଧୀଙ୍କ ଅପପ୍ରଚାର ବିରୋଧରେ ଲଢ଼େଇ ଜାରି ରଖିବାକୁ ଶ୍ରୀ ପାଣ୍ଡିଆନ ଗୁରୁମନ୍ତ୍ର ଦେଇଥିଲେ। ସେ କହିଲେ, ଜାତୀୟ ଦଳର ସାଂସଦମାନେ ରାଜ୍ୟର ସ୍ୱାର୍ଥ କଥା ସଂସଦରେ ନ ଉଠାଇ କେବଳ ନିଜ ସ୍ୱାର୍ଥ କଥା ଚିନ୍ତା କରନ୍ତି। ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରୁଛନ୍ତି। ରାଜ୍ୟର ବିକାଶକୁ ବିରୋଧ କରୁଛନ୍ତି। ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗରେ ରାଜ୍ୟ ବିରୋଧରେ କାମ କରୁଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ବିଭିନ୍ନ କ୍ଷେତ୍ରରେ ଆଗକୁ ନେଇଛନ୍ତି। ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ସମଲେଶ୍ୱରୀ ମନ୍ଦିର ପରି ଓଡ଼ିଶାବାସୀଙ୍କ ଆସ୍ଥା ରଖୁଥିବା ସବୁ ବଡ଼ ମନ୍ଦିର, ମସଜିଦ, ଚର୍ଚ୍ଚର ରୂପାନ୍ତରୀକରଣ ହୋଇଛି। ଓଡ଼ିଶାର ପ୍ରାୟ ୮ହଜାରରୁ ଅଧିକ ବିଦ୍ୟାଳୟର ରୂପାନ୍ତରୀକରଣ ହୋଇଛି। ଲକ୍ଷ୍ମୀ ବସ୍ ସେବା ୬ ମାସରେ ସମସ୍ତ ଜିଲ୍ଲାରେ ପରିବହନ ଓ ଗମନାଗମନକୁ ସୁଦୃଢ଼ କରିଛି। ନୂଆ-ଓ ବୃତ୍ତି ଦ୍ୱାରା ରାଜ୍ୟର ୯୮% ପିଲା ଛାତ୍ରବୃତ୍ତି ପାଉଛନ୍ତି, ଯେଉଁଠି ଅନ୍ୟ ସବୁ ରାଜ୍ୟରେ ଛାତ୍ରବୃତ୍ତି ୨୦ରୁ ୨୫% ରହିଛି। ଏକ ସଶକ୍ତ ଓଡ଼ିଶା ନୂଆ ଓଡ଼ିଶା ଗଠନରେ ଯୁବବର୍ଗଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଶ୍ରୀ ପାଣ୍ଡିଆନ ମତବ୍ୟକ୍ତ କରିଥିଲେ।

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଲେ, ବିରୋଧୀଙ୍କ ଅପପ୍ରଚାରକୁ ସାମାଜିକ ଗଣମାଧ୍ୟମରେ କଡ଼ା ଜବାବ ଦେବା ସହ ସାଙ୍ଗଠନିକ ସ୍ତରରେ ଯୁବ ଜନତା ଦଳର ଲଢ଼େଇ ଦୁର୍ବାର ରହିବ। ବିଜେଡି ସାଧାରଣ ସମ୍ପାଦକ(ଛାତ୍ର ଯୁବ ବ୍ୟାପାର) ପ୍ରଣବ ବଳବନ୍ତରାୟ, ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ, ଛାତ୍ର ବିଜେଡ଼ି ସଭାପତି ଦେବୀରଞ୍ଜନ ତ୍ରିପାଠୀ ପ୍ରମୁଖ ସାମିଲ ହୋଇ ଦୀର୍ଗଦର୍ଶନ ଦେଇଥିଲେ। କର୍ମଶାଳା ପରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଙ୍ଗଠନ ସଭାପତି ବ୍ୟୋମକେଶ ରାୟ, କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ, ଧୃତିରଞ୍ଜନ ମାର୍ଥା, ଶୁଭେନ୍ଦୁ ମଙ୍ଗରାଜ, ଉପସଭାପତି ସୋଫିଆ ଆଲାମ, ସାଧାରଣ ସମ୍ପାଦିକା ମଧୁସ୍ମିତା ନାୟକ, ମହିକ୍ଷୀତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe