The Economic Times
ବରଗଡ଼ : ପୋଷ୍ଟର ଓ ଲିଫ୍ଲେଟ୍ ତିଆରି ସରିଗଲା। ପ୍ରଚାର ମଧ୍ୟ ଚାଲିଥିଲା। କିନ୍ତୁ ରାତାରାତି ବଦଳି ଗଲା ନିର୍ବାଚନୀ ଚିହ୍ନ। ପୂର୍ବ ଚିହ୍ନରେ କିଛି ଦିନ ପ୍ରଚାର କରିବା ପରେ ଜଣାପଡ଼ିଲା ବଦଳି ଯାଇଛି ନିର୍ବାଚନୀ ଚିହ୍ନ। ଫଳରେ ପ୍ରାର୍ଥୀ ଚିନ୍ତାରେ। ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକ ଲଖନପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସୀମାନ୍ତ ସାହୁଙ୍କ କ୍ଷେତ୍ରରେ।
ସୀମାନ୍ତ ନାମାନଙ୍କ କଲା ପରେ ତାଙ୍କୁ ଖୋଲାଛତା ଚିହ୍ନ ମିଳିଥିବା ନେଇ ପଞ୍ଚାୟତ କାର୍ଯ୍ୟାଳୟର ନୋଟିସ ବୋର୍ଡରେ ଦର୍ଶାଯାଇଥିଲା। ଏହାକୁ ବିଶ୍ୱାସ କରି ସେ ପ୍ରଚାର ମଧ୍ୟ ଆରମ୍ଭ କରିଥିଲେ। ମାତ୍ର ପରେ ତାଙ୍କୁ ଲଙ୍ଗଳ ଚିହ୍ନ ଦିଆଯାଇଥିବା କୁହାଯାଇଥିଲା। ତେଣୁ ଭୋଟର୍ଙ୍କ ବିଶ୍ୱାସଭାଜନ ହୋଇ ପାରୁନାହାନ୍ତି ବୋଲି କହିଛନ୍ତି ସୀମାନ୍ତ। ଏନେଇ ସେ ବରଗଡ଼ ଉପଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ନିର୍ବାଚନ ଚିହ୍ନ ବଦଳିବା ମାମଲାର ତଦନ୍ତ କରାଯିବ ବୋଲି ଏଡିଏମ୍ ମିର୍ଧା ଟୋପ୍ପୋ କହିଛନ୍ତି।
Follow Us