ଭୋଟ ପୂର୍ବରୁ ହିଂସା : ପୋଷ୍ଟର ଚିରିବାରୁ ହତ୍ୟା, ଘରେ ପଶି ରଡ୍‌, ଠେଙ୍ଗାରେ ପିଟି ମାରିଦେଲେ, ଲାଠିପଡ଼ାରେ ରାସ୍ତାରୋକ

Advertisment
ଯୁବକଙ୍କୁ ପଥରରେ ଛେଚି ହତ୍ୟା

ଭଞ୍ଜନଗର : ରାତି ପାହିଲେ ଭୋଟ। ଏହା ପୂର୍ବରୁ ଆଜି ରାତିରେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଲାଠିପଡ଼ା ପଞ୍ଚାୟତ କଦଳୀଝୋଳା ଗ୍ରାମରେ ରା‌ଜନୈତିକ ହିଂସା ଘଟିଛି। ଆଜି ରାତି ପ୍ରାୟ ସାଢେ ୮ଟା ବେଳେ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ସମର୍ଥକ ସନ୍ତୋଷ ପତି(୨୮) ନାମକ ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଘରେ ପଶି ରଡ଼୍ ଓ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ଘଟଣା ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପ୍ରାଥମିକ ଅନୁସନ୍ଧାନରୁ ମିଳିଥିବା ସୂଚନାନୁସାରେ ଆଜି ଗ୍ରାମରେ ପୋଷ୍ଟର ଚିରାକୁ ନେଇ ଦୁଇ ରାଜନୈତିକ ଦଳର ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ସନ୍ଧ୍ୟା‌ରେ ସନ୍ତୋଷ ଓ ତାଙ୍କ ବାପା ଗଣେଶ ଘର ବାହାରେ ହାତ ଧୋଉଥିଲେ। ଏହି ସମୟରେ ୧୨ରୁ ଅଧିକ ଯୁବକ ସେଠାରେ ପହଞ୍ଚି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହା ପରେ ଲୁଡ଼ାରଡ୍ ଓ ଠେଙ୍ଗାରେ ସନ୍ତୋଷଙ୍କୁ ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ। ଆକ୍ରମଣରେ ବାପା ଗଣେଶ ବି ସାମାନ୍ୟ ଆହତ ହୋଇଥିଲେ। ଗ୍ରାମବାସୀଙ୍କ ସହାୟତରେ ସଂଗେ ସଂଗେ ସନ୍ତୋଷଙ୍କୁ ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ରିପୋର୍ଟ ଲେଖାଯିବା ସୁଦ୍ଧା ଉତ୍ତେଜନା ଲାଗି ରହିଛି। ଏହି ଘଟଣାକୁ ନେଇ ଲାଠିପଡ଼ାରେ ଉତ୍ତେଜନା ଜାରି ରହିଛି। ଉତ୍ତ୍ୟକ୍ତ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe