ମହଦାରେ ନିର୍ବାଚନୀ ହିଂସା, କୂଅରେ ପଡ଼ିଗଲେ ୩ ଜଣ

Advertisment
ମହଦାରେ ନିର୍ବାଚନୀ ହିଂସା, କୂଅରେ ପଡ଼ିଗଲେ ୩ ଜଣ

ଜମନକିରା : ଶନିବାର ଦିନ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ମହଦା ପଞ୍ଚାୟତରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଗଣ୍ଡଗୋଳ ସମୟରେ ୩ ଜଣ ଏକ କୂଅରେ ଖସି ପଡ଼ିଥିଲେ। ସ୍ଥାନୀୟ ଲୋ‌କେ ସେମାନଙ୍କୁ ବହୁ କଷ୍ଟରେ ଉଦ୍ଧାର କରିଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ଶୁକ୍ରବାର ଦିନ ନିର୍ବାଚନ ପ୍ରଚାରକୁ ନେଇ ମହଦା ଗାଁ ଗୁଠୁମୁଣ୍ଡା ପଡ଼ାର ପ୍ରଶାନ୍ତ ପଟେଲ ଓ ହରିଜନ ପଡ଼ାର ଧନୁର୍ଜୟ ସୁନାନୀଙ୍କ ପାଟିତୁଣ୍ଡ ହୋଇଥିଲା। ଉଭୟେ ଦୁଇଟି ଅଲଗା ଅଲଗା ଦଳକୁ ସମର୍ଥନ କରୁଥିବାରୁ ଗଣ୍ଡଗୋଳ ହୋଇଥିଲା। ସେମାନଙ୍କ ମଧ୍ୟରେ ମାଡ଼ପିଟ ପର୍ଯ୍ୟନ୍ତ କଥା ଯାଇଥିଲା। ଶୁକ୍ରବାରର ଘଟଣାକୁ କେନ୍ଦ୍ର କରି ଶନିବାର ଦିନ ପୁଣି ପ୍ରଶାନ୍ତ ପଟେଲ ଏବଂ ଧନୁର୍ଜୟଙ୍କ ମା’ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏ ସଂକ୍ରାନ୍ତରେ ଖବର ପାଇ ଧନୁର୍ଜୟ ମଧ୍ୟ ସେଠାରେ ପହଂଚି ଥିଲେ। ତିନି ଜଣଙ୍କ ମଧ୍ୟରେ ମାଡ଼ପିଟ ହେଉଥିଲା। ତେବେ, ଏହି ସମୟରେ ସେମାନେ ୩ ଜଣ ଯାକ ପାଖରେ ଥିବା ଏକ କୂଅ ଭିତ‌ରକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ ବହୁ କଷ୍ଟରେ କୂଅ ମଧ୍ୟରୁ ସେମାନଙ୍କୁ ଉଦ୍ଧାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe