ନିର୍ବାଚନୀ ହିଂସା: ରୁଣ୍ଡିମହୁଲରେ ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର

Advertisment
ରାଜନୈତିକ ତିକ୍ତତା: ସରପଞ୍ଚଙ୍କ ସ୍ବାମୀଙ୍କୁ ପ୍ରାଣାନ୍ତକ ଆକ୍ରମଣ

Sambad English

କଣ୍ଟାମାଳ : ନିର୍ବାଚନ ଯେତିକି ପାଖେଇ ଆସୁଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅଞ୍ଚଳରେ ନିର୍ବାଚନୀ ହିଂସା ସେତିକି ବଢ଼ିବାରେ ଲାଗିଛି। କଣ୍ଟାମାଳ ବ୍ଲକ୍‌ ଅନ୍ତର୍ଗତ ରୁଣ୍ଡିମହୁଲ ପଞ୍ଚାୟତରେ ସୋମବାର ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି।

ରୁଣ୍ଡିମହୁଲ ଗ୍ରାମରେ ଦୁଇ ସରପଞ୍ଚ ପ୍ରାର୍ଥୀଙ୍କ ସମର୍ଥକଙ୍କ ମଧ୍ୟରେ ଟଙ୍କା ବଣ୍ଟନକୁ ନେଇ ଗଣ୍ଡଗୋଳ ଓ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀ ଭୋଟ୍‌ ପ୍ରତି ୫ ହଜାର ଟଙ୍କା ଦେଉଥିବା ବେଳେ ବିପକ୍ଷ ଗୋଷ୍ଠୀ ୩ ହଜାର ଦେଉଥିବା ଆଲୋଚନା ହେଉଛି। ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୨ ଜଣ ଲହୁଲୁହାଣ ହୋଇଛନ୍ତି। ଏହି ସଂଘର୍ଷରେ ବିପକ୍ଷ ଗୋଷ୍ଠୀର ଇଟା ମାଡ଼ରେ ଗ୍ରାମର ଝସକେତନ୍ ବାରିକ ଓ ସୁଶାନ୍ତ ପ୍ରଧାନ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଉଭୟ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଛି। ଏହି ନିର୍ବାଚନୀ ହିଂସାକୁ ନେଇ ସୋମବାର ରାତି ୮ଟାରେ କଣ୍ଟାମାଳ ଥାନାରେ ଅଭିଯୋଗ ହୋଇଛି। ତଦନ୍ତ ଜାରି ରହିଛି, ତଦନ୍ତ ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କଣ୍ଟାମାଳ ଥାନାଧିକାରୀ ତପସ୍ବିନୀ କଅଁର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe