ନଭେମ୍ବର ୧୧ରେ ଉପନିର୍ବାଚନ, ଆଚରଣ ବିଧି ଲାଗୁ

Advertisment

ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିସହିତ ଆଜିଠାରୁ ନୂଆପଡ଼ାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍‌ ଗୋପାଳନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି।

ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିସହିତ ଆଜିଠାରୁ ନୂଆପଡ଼ାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍‌ ଗୋପାଳନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି।

vote

Photograph: (Supreme Court Observer)

ଭୁବନେଶ୍ବର: ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିସହିତ ଆଜିଠାରୁ ନୂଆପଡ଼ାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍‌ ଗୋପାଳନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଚଳିତମାସ ୧୩ ତାରିଖରେ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ। ପ୍ରାର୍ଥୀମାନେ ୨୦ ତାରିଖ ପର୍ଯ୍ୟନ୍ତ ନିଜର ନାମାଙ୍କନପତ୍ର ଦାଖଲ କରିପାରିବେ। ଅକ୍ଟୋବର ୨୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ଚଳିତ ମାସ ୨୪ ତାରିଖ। ନଭେମ୍ବର ୧୧ରେ ଭୋଟ ଗ୍ରହଣ ଓ ୧୪ ତାରିଖରେ ଭୋଟ୍ ଗଣତି କରାଯିବ। ୧୬ ତାରିଖ ସୁଦ୍ଧା ସମଗ୍ର ନିର୍ବାଚନ ପ୍ରକ୍ରିୟା ଶେଷ ହେବ। 
ନୂଆପଡ଼ା ନିର୍ବାଚନମଣ୍ଡଳୀରେ ୩୫୮ଟି ମତଦାନ କେନ୍ଦ୍ର ରହିଛି। ସବୁ ମତଦାନ କେନ୍ଦ୍ରରେ ୱେବ୍‌କାଷ୍ଟିଂ ବ୍ୟବସ୍ଥା କରାଯିବ। ବୁଥ୍ ଭିତରକୁ ମତଦାତାମାନେ ନିଜର ମୋବାଇଲ ଫୋନ୍ ନେଇପାରିବେ ନାହିଁ। ନୂଆପଡ଼ା ନିର୍ବାଚନମଣ୍ଡଳୀରେ ମୋଟ୍‌ ୨ ଲକ୍ଷ ୪୮ ହଜାର ୨୫୬ ଜଣ ଭୋଟର ରହିଛନ୍ତି। ସେଥିମଧ୍ୟରୁ ୧.୨୨ ଲକ୍ଷ ପୁରୁଷ ଓ ୧.୨୬ ଲକ୍ଷ ମହିଳାଙ୍କ ସମେତ ୨୧ଜଣ ତୃତୀୟ ଲିଙ୍ଗ ଓ ୪ ହଜାର ଭିନ୍ନକ୍ଷମ ଭୋଟର ରହିଛନ୍ତି। ୮୫ ବର୍ଷରୁ ଅଧିକ ୨୦୦୭ ଜଣ ଭୋଟର ରହିଛନ୍ତି। ଭିନ୍ନକ୍ଷମ ଓ ବୟସ୍କ ଭୋଟରଙ୍କୁ ଆଗୁଆ ୧୨-ଡି ଫର୍ମ ବଣ୍ଟନ କରାଯିବ। ସେମାନେ ପୋଷ୍ଟାଲ୍‌ ବାଲାଟ୍‌ ମାଧ୍ୟମରେ ନିଜର ମତଦାନ କରିପାରିବେ। ଉପନିର୍ବାଚନରେ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଇଭିଏମ୍‌ ଓ ଭିଭିପାଟ୍‌ର ବ୍ୟବସ୍ଥା କରାଯାଇଥିବା ଶ୍ରୀ ଗୋପାଳନ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ପ୍ରମୋଦ କୁମାର ସାହୁ, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀପ୍ରସାଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe