ଏପ୍ରିଲ ୫ରେ ଧାମନଗର ଏନଏସିର ୬ଟି ବୁଥରେ ହେବ ସାନି ନିର୍ବାଚନ, ୬ରେ ଆସିବ ଫଳାଫଳ

Advertisment
ଏପ୍ରିଲ ୫ରେ ଧାମନଗର ଏନଏସିର ୬ଟି ବୁଥରେ ହେବ ସାନି ନିର୍ବାଚନ, ୬ରେ ଆସିବ ଫଳାଫଳ

ଭଦ୍ରକ: ଏପ୍ରିଲ ୫ରେ ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ୬ଟି ବୁଥରେ ହେବ ସାନି ନିର୍ବାଚନ। ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ପରେ ସେଠାରେ ନିର୍ବାଚନ ବନ୍ଦ ରହିଥିବା ବେଳେ ଏପ୍ରିଲ ୫ରେ ସାନି ନିର୍ବାଚନ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏନଏସିର ୩,୮,୯,୧୬,୧୭,୧୮ ବୁଥରେ ହେବ ସାନି ନିର୍ବାଚନ। ଏପ୍ରିଲ ୫ ତାରିଖ ଦିନ ସକାଳ ୧୦ଟାରୁ ୪ଟା ପର୍ଯ୍ୟନ୍ତ ମତଦାନ ହେବା ସହ ଏପ୍ରିଲ ୬ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।

publive-image

ଉଲ୍ଲେଖଯୋଗ୍ୟ, ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ ବଜାର ସାହିର ରମେଶ ଲେଙ୍କା(୨୮) ଭୋଟ୍ ଦେବାକୁ ଯାଇଥିବା ବେଳେ ସେଠାରେ ପ୍ରତିପକ୍ଷ ଦଳର କର୍ମୀଙ୍କ ସହ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ରମେଶ ଲେଙ୍କାଙ୍କ ପେଟରେ ଛୁରି ଭୁସି ଦେଇଥିଲେ। ଛୁରାମାଡ଼ କରିବା ପରେ ଅଭିଯୁକ୍ତ ତତକ୍ଷଣାତ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଲୋକେ ରମେଶ ଲେଙ୍କାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଚଳିତ ବର୍ଷ ଧାମନଗର ଏନ୍ଏସିରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଥିଲା। ହେଲେ ବିଭିନ୍ନ ୱାର୍ଡରେ ନିର୍ବାଚନୀ ହିଂସା ପରେ ମତଦାନ ଅଧାରୁ ଅଟକିଥିଲା। ହେଲେ ଏହାକୁ ପୁଣି ଥରେ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe