ନିର୍ବାଚନୀ ହିଂସା ମାମଲାରେ ୭୧ ଗିରଫ

ଉପନିର୍ବାଚନ ପୂର୍ବରୁ ମାଷ୍ଟର ଷ୍ଟ୍ରୋକ୍, ୪୮୮ ​କୋଟି ଟଙ୍କାର ପ୍ରକଳ୍ପ ଲୋକାର୍ପଣ 

image source--india ahead

ଯାଜପୁର:  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ତିନି ପର୍ଯ୍ୟାୟରେ ଯାଜପୁର ଜିଲ୍ଲାରେ ହୋଇଥିବା ନିର୍ବାଚନୀ ହିଂସା ଘଟଣାରେ ଗିରଫଙ୍କ ସଂଖ୍ୟା ଆଜି ରାତି ସାଢ଼େ ୧୦ଟା ସୁଦ୍ଧା ୭୧ରେ ପହଞ୍ଚିଛି। ସେ ମଧ୍ୟରୁ ସୋମବାର ୪୩ଜଣ ଗିରଫ ହୋଇଥିବା ଯାଜପୁର ଏସ୍‌ପି ରାହୁଲ ପିଆର୍‌ ସୂଚନା ଦେଇଛନ୍ତି।

ପୂର୍ବରୁ ବିଭିନ୍ନ ଥାନା ଅଞ୍ଚଳରୁ ୨୮ଜଣ ଗିରଫ ହୋଇଥିଲେ। ପୁଲିସର କାର୍ଯ୍ୟାନୁଷ୍ଠାନ ଭୟରେ ଅନେକ ଏବେ ଗାଁ ଛାଡ଼ି ଫେରାର ହୋଇଯାଇଛନ୍ତି। ଅନେକ ସ୍ଥାନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ବିଶେଷ କରି ବାଚ୍ଛୋଳ ପଞ୍ଚାୟତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ପରେ ବାଛୋଳ ପଞ୍ଚାୟତର ବାମଦେବପୁର ଗ୍ରାମରେ କେବଳ ବୁଢ଼ାବୁଢ଼ୀ ଏବଂ ଶିଶୁମାନେ ରହିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe