ନିର୍ବାଚନୀ ହିଂସା: ଗାଁ ଦାଣ୍ଡରେ ବୁଲୁଥିଲା ଖଣ୍ଡା

ନିର୍ବାଚନୀ ହିଂସା: ଗାଁ ଦାଣ୍ଡରେ ବୁଲୁଥିଲା ଖଣ୍ଡା

ଯାଜପୁରସଦର: ଯାଜପୁର ଜିଲ୍ଲାରେ ଚଳିତ ପଞ୍ଚାୟତ ନିର୍ବାଚନର ଚିତ୍ର ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ବେଳେ ଏବେ ଏକ ଭାଇରାଲ ଭିଡିଓ ନିର୍ବାଚନୀ ହିଂସାର ଅନ୍ୟ ଏକ ଦିଗକୁ ସାମ୍ନାକୁ ଆଣିଛି। ବିଂଝାରପୁର ବ୍ଲକ୍‌ ମାଁସଡ଼ା ପଞ୍ଚାୟତରେ ନିର୍ବାଚନ ସମୟରେ ଏବଂ ନିର୍ବାଚନ ପୂର୍ବରୁ ଦିବାଲୋକରେ କିଛି ଦୁର୍ବୃତ୍ତ ଗାଁ ଦାଣ୍ଡରେ ଖଣ୍ଡା ଧରି ବୁଲୁଥିବା ଭିଡିଓ ଭାଇରାଲ ହେଉଛି।

ଏହା ‌ଖୋଦ୍ ଶାସକ ଦଳର ମୁଖ୍ୟ ସଚେତକ ତଥା ବିଂଝାରପୁର ବିଧାୟିକା ପ୍ରମିଳା ମଲିକଙ୍କ ନିଜ ପଞ୍ଚାୟତ। ଏହି ପଞ୍ଚାୟତରେ ନିର୍ବାଚନୀ ହିଂସାର ଏକ ଚିତ୍ର ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେଉଛି। କିପରି ୩ ଜଣ ଦୁର୍ବୃତ୍ତ ଗାଁ ଦାଣ୍ଡରେ ଖଣ୍ଡା ଧରି ଲୋକଙ୍କୁ ଭୟଭୀତ କରିବା ସହ ଆକ୍ରମଣ କରିବାକୁ ଉଦ୍ୟମ କରୁଛନ୍ତି ତାହା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ଏହି ଦୁର୍ବୃତ୍ତଙ୍କ ଗାଡ଼ିରେ ତାଙ୍କ ସମର୍ଥିତ ପ୍ରାର୍ଥୀଙ୍କ ଫଟୋ ମଧ୍ୟ ନଜରକୁ ଆସୁଛି। ଏହି ଘଟଣାରେ ପୁଲିସ ନିରବ ରହିଛି। ଯାହାକୁ ନେଇ ପୁଲିସର ଆଇନଶୃଙ୍ଖଳା ରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସ ଏହି ଭିଡିଓ ଫୁଟେଜ୍‌ର ଅନୁଧ୍ୟାନ କରି ତୁରନ୍ତ ଅପରାଧୀମାନଙ୍କୁ ଗିରଫ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe