ନିର୍ବାଚନୀ ହିଂସା : ଦୋକାନ ଉପରକୁ ବୋମାମାଡ଼, ହୋଟେଲ ମାଲିକଙ୍କୁ ଆକ୍ରମଣ

Advertisment
ନିର୍ବାଚନୀ ହିଂସା : ଦୋକାନ ଉପରକୁ ବୋମାମାଡ଼, ହୋଟେଲ ମାଲିକଙ୍କୁ ଆକ୍ରମଣ

ତିହିଡ଼ି: ତିହିଡ଼ିରେ ବିଭିନ୍ନ ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା ହୋଇଛି।  ନିର୍ବାଚନୀ ହିଂସାକୁ ନେଇ ଦୋକାନ ଉପରକୁ ବୋମାମାଡ  ଓ ହୋଟେଲ କର୍ମଚାରୀଙ୍କୁ ଆକ୍ରମଣ ହୋଇଛି।

ପ୍ରକାଶ ଯେ ପଞ୍ଚାୟତ ସମିତି ଅଧୢକ୍ଷଙ୍କୁ ନେଇ ଏକ ଶୋଭାଯାତ୍ରା ତିହିଡ଼ି ବଜାରରେ ଯାଉଥିବା ସମୟରେ ମୀର୍ଜାପୁର ଗ୍ରାମର ଦୁଇ ଜଣ ଯୁବକ ତିହିଡ଼ି ବଜାରରେ ଥିବା ଦ୍ବାରିକା ବ୍ୟବସାୟ ପ୍ରତିଷ୍ଠାନ ଉପରକୁ ବୋମା ପକାଇଥିଲେ। ଫଳରେ ପ୍ରତିଷ୍ଠାନର ଆଗ କାଚ ଭାଙ୍ଗି ଯାଇଥିଲା। ଏହି ବୋମାମାଡ଼ରେ କେହି ଆହତ ହୋଇନଥିବା ଜଣାଯାଇଛି। ଏ ନେଇ ପ୍ରତିଷ୍ଠାନର ମାଲିକ ସୀତାକାନ୍ତ ନାୟକ  ତିହିଡ଼ି ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ବିଜେପି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି।

ଦୋଷୀମାନଙ୍କୁ ଗିରଫ କରାନଗଲେ ରାସ୍ତାରୋକ କରାଯିବ ବୋଲି ଅଭିଯୋଗ ପତ୍ରରେ କୁହାଯାଇଛି। ସେହିପରି ହୋଟେଲ ଭିତରେ ମଦ ପିଇବାକୁ ମନା କରିବାରୁ ତିହିଡ଼ି ବଜାରରେ ଥିବା ହୋଟେଲର ମାଲିକଙ୍କୁ ଆକ୍ରମଣ କରାଯାଇଛି। ହୋଟେଲ ମାଲିକ ସାବରଙ୍ଗ ଏରଡ଼ା ଗ୍ରାମର ପରେଶ କୁମାର ପାତ୍ର ଥାନାରେ କରିଥିବା ଅଭିଯୋଗରୁ ପ୍ରକାଶ ଯେ, ଆଜି ମଧ୍ୟାହ୍ନରେ କାଁପଡାର ଜଣେ ବ୍ୟକ୍ତି ହୋଟେଲକୁ ମଦ ବୋତଲ ନେଇ ପିଇବାକୁ ଆସିଥିଲେ। ତେବେ ମାଲିକ ପରେଶ ତାଙ୍କୁ ହୋଟେଲ ଭିତରେ ମଦ ପିଇବାକୁ ମନା କରିବାରୁ ସମ୍ପୃକ୍ତ ବ୍ୟକ୍ତି ଜଣକ ଉତ୍‌କ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ଆକ୍ରମଣରେ ଗୁରୁତର ଆହତ ହୋଟେଲ ମାଲିକ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେହିପରି ମଙ୍ଗରାଜପୁର ଗ୍ରାମରେ ଦୁଇ ଗୋଷ୍ଠୀ ମଧୢରେ ଗଣ୍ତଗୋଳ ଆରମ୍ଭ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ଅପରପକ୍ଷେ ତିହିଡ଼ି ଗ୍ରାମର ମନୋର˚ଜନ ବେହେରା ତିହିଡ଼ି ଥାନାରେ ଅଭିଯୋଗ କରିଛନ୍ତି ଶନିବାର ଅପରାହ୍ନରେ ସେ ଘରକୁ ଫେରୁଥିବା ବେଳେ ତିହିଡ଼ି-ମାଟିଆସାହି ମୁଖ୍ୟରାସ୍ତାରେ ବିଜେପିର ସମର୍ଥକମାନେ ତାଙ୍କୁ ଗାଳିଗୁଲଜ କରି ଆକ୍ରମଣ କରି ଦୋକାନ ପୋଡ଼ିଦେବାକୁ ଉଦ୍ୟମ କରିଥିଲେ। ସେ ପ୍ରତିବାଦ କରିବାରୁ ତାଙ୍କୁ ମାଡ଼ ମାରି ତାଙ୍କ ପକେଟରୁ ୨ହଜାର ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗରେ ଦର୍ଶାଯାଇଛି। ଏହି ତିନୋଟି  ଘଟଣାରେ ପୁଲସ ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe