ପିପିଲି : ପୁରୀ ଜିଲ୍ଲା ସାତଶଂଖସ୍ଥିତ ଭାରତୀୟ ଜନତା ପାର୍ଟି ଅଫିସ୍ ଉପରେ ରବିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ରବିବାର ରାତି ପ୍ରାୟ ଗୋଟାଏ ବେଳେ ବିଜେପି ଅଫିସ୍ ଉପରେ କେହି ଦୁର୍ବୃତ୍ତ ବୋମାମାଡ଼ କରି ଫେରାର ହୋଇଯାଇଥିଲା। ତେବେ ଏଥିରେ କେହି ମୃତାହତ ହୋଇ ନଥିବାବେଳେ ଅଫିସ୍ ବାହାରେ ନିର୍ମାଣ କରାଯାଇଥିବା ଏକ ତମ୍ବୁ କ୍ଷତିଗ୍ରସ୍ତ ହୋଇଛି। ବୋମାମାଡ଼ ଶବ୍ଦ ଶୁଣି ନିକଟରେ ଥିବା ଏକ ଘରେ ଶୋଇଥିବା ଲୋକେ ଉଠି ପୁଲିସକୁ ଖବର ଦେଇଥିଲେ। ପିପିଲି ଥାନା ପୁଲିସ ସେଠାରେ ପହଞ୍ଚି ବୋମାମାଡ଼ରେ ବ୍ୟବହୃତ ପେଟ୍ରୋଲ ଭର୍ତ୍ତି ବୋତଲ ଜବତ କରିଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ପିପିଲିରେ ନିର୍ବାଚନୀ ହିଂସା: ବିଜେପି ଅଫିସ ଉପରେ ବୋମାମାଡ଼
Advertisment
Follow Us