ପୂର୍ବ ରିଡିଂ ଆଧାରରେ ବିଦ୍ୟୁତ୍‌ ଦେୟ ପଇଠ କରିବେ ଗ୍ରାହକ, ମିଳିବ ୪ ପ୍ରତିଶତ ସ୍ବତନ୍ତ୍ର ରିହାତି

Advertisment
୧୩୭% ବଢ଼ିଲାଣି ବିଜୁଳି ଦର; କ୍ଷତି କରୁଛନ୍ତି କମ୍ପାନି, ବୋଝ ମୁଣ୍ଡାଉଛନ୍ତି ଘରୋଇ ଉପଭୋକ୍ତା

pe.gatech.edu

ଭୁବନେଶ୍ବର : ଆସନ୍ତା ମେ’ ୩ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ଅବଧି ବଢ଼ିଛି। ଫଳରେ ଏହି ସମୟରେ ସାମାଜିକ ଦୂରତ୍ବ ବଜାୟ ରଖିବା ପାଇଁ ଅନେକ ଜାଗାରେ ମିଟର ରିଡିଂ କରାଯାଇ ପାରିନାହିଁ। ଏଣୁ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ(ଓଇଆରସି) ନିର୍ଦ୍ଦେଶାବଳୀକୁ ଆଧାର କରି ଉପଭୋକ୍ତାଙ୍କର ପୂର୍ବ ରିଡିଂ ଆଧାରରେ ଚଳିତ ମାସର ବିଦ୍ୟୁତ୍‌ ବିଲ୍‌ ଧାର୍ଯ୍ୟ କରାଯାଇଛି। ଉପଭୋକ୍ତାଙ୍କ ଅନୁ‌ରୋଧକ୍ରମେ ବିଲ୍‌ ମଧ୍ୟ ସେମାନଙ୍କ ପାଖକୁ ପଠାଇ ଦିଆଯାଇଛି। ବିଲ୍‌ ଦାଖଲ କରିବା ପାଇଁ ଅଫିସ୍‌ ଆସିବା ମଧ୍ୟ ଆବଶ୍ୟକ ନାହିଁ। ଅନ୍‌ଲାଇନ୍‌ରେ ଉପଭୋକ୍ତାମାନେ ସେମାନଙ୍କର ପଇଠ ଜମା କରିପାରିବେ କିମ୍ବା ଅଫିସ୍‌ରେ ଥିବା ‘ଚେକ୍‌ ଡ୍ରପ୍‌’ର ସୁବିଧା ନେଇପାରିବେ। ସେହିଭଳି ପୂର୍ବରୁ ଉପଭୋକ୍ତା ସହାୟତା ନମ୍ବର (୧୯୧୨ କିମ୍ବା ୧୮୦୦-୩୪୫-୭୧୨୨)କୁ ୫ ଲାଇନ୍‌କୁ ବଢ଼ାଇ ୧୩ ଲାଇନ୍‌ ବିଶିଷ୍ଟ କରି ଦିଆଯାଇଛି। ଏହାଦ୍ବାରା ଏକାସଙ୍ଗେ ୧୩ ଜଣ ଉପଭୋକ୍ତା ଫୋନ୍‌ କରି ଏହାର ସୁବିଧା ନେଇପାରିବେ ବୋଲି ସେସୁ ପକ୍ଷରୁ କୁହାଯାଇଛି। ଅପରପକ୍ଷେ ଲକ୍‌ଡାଉନ୍‌ ଯୋଗୁଁ (ଏଲ୍‌ଟି ଲାଇନ୍‌) ଉପଭୋକ୍ତାଙ୍କ ପାଇଁ ଓଇଆରସି ୪ ପ୍ରତିଶତ ରିହାତି ଘୋଷଣା କରିଛି। ପୂର୍ବରୁ ଜାରି ରହିଥିବା ସମସ୍ତ ରିହାତି ସ୍କିମ୍‌ର ସୁଯୋଗ ସହ ଏହି ୪ ପ୍ରତିଶତ ଦିଆଯିବ ବୋଲି ଓଇଆରସି ସମସ୍ତ ବିଦ୍ୟୁତ୍‌ ଯୋଗାଣକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି। ଓଇଆର୍‌ସିର ନିର୍ଦ୍ଦେଶ ପରେ ସେସୁ ଏକ ପ୍ରେସ୍‌ ବିବୃତି ଜରିଆରେ ଏ ବାବଦରେ ସ୍ପଷ୍ଟ କରିଛି। ସେହିପରି ବକେୟା ବିଦ୍ୟୁତ୍‌ ବିଲ୍‌ ଏକକାଳୀନ ପରିଶୋଧ କରିବାକୁ ଚାହିଲେ, ବକେୟା ରାଶି ଉପରେ ମଧ୍ୟ ଏହି ରିହାତି ଲାଗୁ ହେବ। ସାଧାରଣତଃ ମାର୍ଚ୍ଚ ୨୨ରୁ ୩୧ ତାରିଖ ମଧ୍ୟରେ ବିଲ୍‌ ଦାଖଲ କଲେ ରିହାତି ମିଳିଥାଏ। ତେବେ ଏହି ଅବଧି ପରେ ଜମା କଲେ ମଧ୍ୟ ଆଜି ଘୋଷଣା ହୋଇଥିବା ୪ପ୍ରତିଶତ ସ୍ବତନ୍ତ୍ର ରିହାତି ମିଳିବ ବୋଲି ସେସୁ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe