ବଢ଼ିପାରେ ବିଦ୍ୟୁତ ଶୁଳ୍କ!

ବଢ଼ିପାରେ ବିଦ୍ୟୁତ ଶୁଳ୍କ!

ଭୁବନେଶ୍ୱର : ସାଧାରଣଲୋକଙ୍କ ଉପରେ ଏଣିକି ପଡିବାକୁ ଯାଉଛି ବିଦ୍ୟୁତ୍‌ ଶୁଳ୍କର ବୋଝ। କାରଣ ଖୁବ୍‌ଶୀଘ୍ର ବଢିପାରେ ବିଦ୍ୟୁତ ଶୁଳ୍କ। ଏହାକୁ ନେଇ ବହୁ ଟଣାଓଟରା ଚାଲିବା ପରେ ଏବେ ସୁପ୍ରିମକୋର୍ଟ ଶୁଣାଇଛନ୍ତି ଓପିଜିସି ସପକ୍ଷରେ ରାୟ। ଗ୍ରୀଡକୋ ଓ ଓପିଜିସି ମଧ୍ୟରେ ବିଦ୍ୟୁତ କିଣା ସଂପର୍କରେ ଚୁକ୍ତି ହୋଇଥିଲା। ଯାହା ୨୧ ମେଗାୱାଟର ଦୁଇଟି ୟୁନିଟ ପାଇଁ ହୋଇଥିଲା। ତେବେ ୨୦୧୪ରେ ଓଇଆରସି ଗଠନ ହେବା ପରେ ଏହି ଚୁକ୍ତି ଆଧାରରେ ବର୍ଦ୍ଧିତ ଶୁଳ୍କ ନିୟମ ଉପରେ ଅଙ୍କୁଶ ଲାଗିଥିଲା।

ଓଇଆରସି ନିୟମ ଅନୁସାରେ ଶୁଳ୍କ ବଢାଇବା ପାଇଁ ଓପିଜିସିକୁ ନିର୍ଦ୍ଦେଶ ମିଳିଲା। ଏନେଇ ଓପିଜିସି ଦିଲ୍ଲୀରେ ଆପିଲେଟ ଅଥରିଟିଙ୍କ ଦ୍ୱାରସ୍ଥ ହୋଇ ବିଫଳ ହୋଇଥିଲା। ହେଲେ ସୁପ୍ରିମକୋର୍ଟ ଚୁକ୍ତି ଅନୁସାରେ ଶୁଳ୍କ ବଢାଇବାର ନିର୍ଦ୍ଦେଶ ଦେଇ ଓପିଜିସି ସପକ୍ଷରେ ନିର୍ଦ୍ଦେଶ ଦେଇଥିଲେ। ଯାହାର ଆଜି ଓଇଆରସିରେ ପ୍ରଥମ ଶୁଣାଣି ଥିଲା । ତେବେ ଉଭଭୋକ୍ତା ସଂଘ ଓ ଗ୍ରୀଡକୋର ଅନୁରୋଧ ଯୋଗୁଁ ଚୂଡାନ୍ତ ଶୁଣାଣିକୁ ଅଗଷ୍ଟ ୨୧ ତାରିଖ ଯାଏ ଘୁଞ୍ଚା ଯାଇଛି। ହେଲେ ସୁପ୍ରିମକୋର୍ଟ ଓପିଜିସି ସପକ୍ଷରେ ରାୟ ଦେଇଥିବାରୁ ବିଦ୍ୟୁତ ଶୁଳ୍କ ବଢିବାର ସମ୍ଭାବନା ଦେଖାଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe