ମାଲକାନଗିରି : ବିଦ୍ୟୁତ ବିଭାଗର ଅଜବ ନିୟମ। ବିଦ୍ୟୁତ ସଂଯୋଗର ଦୁଇ ଦିନ ପରେ ଆସୁଛି ବିଲ। ତାହା ପୁଣି ୪୭୯୮ ଟଙ୍କାର ବିଲ ଆସିଛି। ଏଭଳି ଘଟଣା ଘଟିଛି ମାଲକାନଗିରି ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ ଅନ୍ତର୍ଗତ ଏମଭି-୧୧୧ ଗ୍ରାମରେ। ଏହି ଗ୍ରାମର କିଛି ଲୋକ ଗତ ୨୫ ତାରିଖରେ ନିଜ ଘରେ ବିଦ୍ୟୁତ ସଂଯୋଗ କରିଥିଲେ। ତେବେ ଏହାର ଦୁଇ ଦିନ ପରେ ଅର୍ଥାତ ୨୭ ତାରିଖ ଦିନ ବିଦ୍ୟୁତ ବିଲ ଆସି ତାଙ୍କ ଘରେ ପହଞ୍ଚିଯାଇଛି। ତାହା ପୁଣି ୪ ହଜାର ୭୯୮ ଟଙ୍କା ବିଲ ଆସିଛି। ଏନେଇ ଗ୍ରାମବାସୀ ବିଦ୍ୟୁତ ବିଭାଗର ଉପଖଣ୍ଡ ଅଧିକାରୀଙ୍କୁ ଭେଟି ତୁରନ୍ତ ସମାଧାନ କରିବା ପାଇଁ ଦାବି କରିଥିଲେ। ଏନେଇ ବିଦ୍ୟୁତ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ।
ବିଦ୍ୟୁତ ବିଭାଗର ଅଜବ ନିୟମ : ଦୁଇ ଦିନରେ ୪୭୯୮ ଟଙ୍କାର ବିଦ୍ୟୁତ ବିଲ୍
Advertisment
Follow Us