୫୦ ହଜାର ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକି, ବିଡ଼ିଓ ଓ ସହକାରୀ ଯନ୍ତ୍ରୀଙ୍କ ବାସଭବନକୁ ବିଦ୍ୟୁତ ସଂଯୋଗ କଟିଲା

Advertisment
୫୦ ହଜାର ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକି, ବିଡ଼ିଓ ଓ ସହକାରୀ ଯନ୍ତ୍ରୀଙ୍କ ବାସଭବନକୁ ବିଦ୍ୟୁତ ସଂଯୋଗ କଟିଲା

ସେମିଳିଗୁଡା: ବେଆଇନ ବିଦ୍ୟୁତ ସଂଯୋଗ ଓ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ବ ଟଙ୍କାର ବକେୟା ବିଲ୍‌ ଥିବା ଅଭିଯୋଗରେ ଟାଟା ପାୱାର କୋରାପୁଟ ଜିଲ୍ଲା ସେମିଳିଗୁଡା ବିଡ଼ିଓ ଓ ସହକାରୀ ଯନ୍ତ୍ରୀଙ୍କ ବାସଭବନକୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଛି। ଏ ସମ୍ପର୍କରେ ସୂଚନା ଦେଇ ଟାଟା ପାୱାର ଏନ୍ଫୋର୍ସମେଣ୍ଟ ଟିମର ଅଧିକାରୀ ଅଙ୍କିତ ଚୌରାସିୟା କହିଛନ୍ତି ଯେ, ସେମିଳିଗୁଡା ବ୍ଲକ କଲୋନିରେ ଥିବା ଉକ୍ତ ଦୁଇଟି କ୍ଵାର୍ଟରକୁ ବେଆଇନ ଭାବେ ବିନା କୌଣସି ଉପଭୋକ୍ତା ପଞ୍ଜିକରଣରେ ବିଜୁଳି ସଂଯୋଗ ଦିଆଯାଇଥିଲା। ଏବାବଦରେ ଜଣାପଡିବା ପରେ ଗତ ୧୧ ତାରିଖ ଦିନ ସେମିଳିଗୁଡା ବିଡ଼ିଓଙ୍କ ସହ ଯୋଗାଯୋଗ କରାଯାଇଥିଳା। କିନ୍ତୁ ବିଡିଓ ବ୍ୟସ୍ତ ଥିବା କହି କଂପାନିର କଥା ଶୁଣ ନ ଥିଲେ। ଫଳରେ ପଞ୍ଜିକରଣ ନଥାଇ ବେଆଇନ ଭାବେ ଦିଆଯାଇଥିବା ବିଦ୍ୟୁତ ସଂଯୋଗକୁ କଂପାନି ପକ୍ଷରୁ ବିଚ୍ଛିନ୍ନ କରି ଦିଆଯାଇଛି।

ତେବେ ଦୀର୍ଘ ଦିନ ଧରି ସରକାରୀ କ୍ଵାର୍ଟରକୁ କିପରି ବିନା ଉପଭୋକ୍ତା ପଞ୍ଜିକରଣରେ ବିଦ୍ୟୁତ ଯୋଗାଇ ଦିଆଯାଇଥିଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଟାଟା ପାୱାରର ସ୍ଥାନୀୟ ଜେଇ କିମ୍ବା ଏସଡ଼ିଓ ମୁହଁ ଖୋଲୁ ନାହାନ୍ତି ବୋଲି ବିଡିଓ ସବ୍ୟସାଚୀ ବେହେରା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ୨୦୧୨ ମସିହା ଠାରୁ କ୍ଵାର୍ଟର ଗୁଡିକର ବିଦ୍ୟୁତ ବିଲ୍‌ ବକେୟା ଥିବା ଓ ପୂର୍ବରୁ ଥିବା ପୁରୁଣା କ୍ୱାର୍ଟର ଭଙ୍ଗାଯାଇ ନୂଆ କ୍ଵାର୍ଟର ତିଆରି ସମୟରେ ଦୁଇ ଦୁଇ ଥର ନୂଆ ବିଦ୍ୟୁତ ସଂଯୋଗ ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ସଂଯୋଗ ନଦେଇ ପୁରୁଣା ବକେୟା ବିଲ୍‌ ପ୍ରଦାନ ପାଇଁ ଟାଟା ପାୱାର ପକ୍ଷରୁ ବାଧ୍ୟ କରା ଯାଉଛି। ଏଥି ସହ ମୁଁ ଉପସ୍ଥିତ ନଥିବା ବେଳେ ଟାଟା ପାୱାର କର୍ମଚାରୀ ସହକାରୀ ଯନ୍ତ୍ରୀଙ୍କୁ ଦୁର୍ବ୍ୟବହାର କରିବା ସହ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe