ବ୍ୟାଟେରି ଚାର୍ଜ ସମୟରେ ଜଳିଗଲା ଇଲେକ୍ଟ୍ରିକ ସ୍କୁଟର

Advertisment
ବ୍ୟାଟେରି ଚାର୍ଜ ସମୟରେ ଜଳିଗଲା ଇଲେକ୍ଟ୍ରିକ ସ୍କୁଟର

ଢେଙ୍କିକୋଟ: କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବାଙ୍କପାଟୁଳି ଗ୍ରାମରେ ଘଟିଛି ଅଘଟଣ। ଏକ ବ୍ୟାଟେରି ସ୍କୁଟରକୁ ଚାର୍ଜ କରୁଥିବା ସମୟରେ ବ୍ୟାଟେରି ଫାଟି ଗୋଟିଏ ଘର ଜଳି ଯାଇଛି। ସୂଚନା ଅନୁଯାୟୀ ଗତକାଲି ପୂର୍ବାହ୍ନରେ ବାଙ୍କପାଟୁଳି ଗ୍ରାମର ରାଜା ପୃଷ୍ଟି ନିଜର ବ୍ୟାଟେରି ଚାଳିତ ସ୍କୁଟରଟିକୁ ଘରେ ଚାର୍ଜରେ ଲଗାଇ ବାହାରକୁ ଯାଇଥିଲେ। ଏହି ସମୟରେ ହଠାତ୍ ବ୍ୟାଟେରିଟି ଫାଟିଯାଇ ଖୁବ୍ ଜୋରରେ ଶବ୍ଦ ହୋଇଥିଲା । ଶବ୍ଦ ଶୁଣି ଘର ଲୋକେ ଦେଖିବା ବେଳକୁ ସ୍କୁଟର ରୁ ନିଆଁ ଲାଗି ଘର ସାରା ବ୍ୟାପି ଯାଇଥିଲା । ଘର ଲୋକେ ନିଆଁକୁ ଆୟତ୍ତ କରିବାରେ ବିଫଳ ହୋଇ କେନ୍ଦୁଝର ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ୟ ଘରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ପୋଡ଼ି ନଷ୍ଟ ହୋଇଯାଇଛି ।

ସୂଚନାଯୋଗ୍ୟ, ବ୍ୟାଟେରି ଚାଳିତ ସ୍କୁଟରରେ ନିଆଁ ଲାଗିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ବ୍ୟାଟେରି ଦ୍ବାରା ପରିଚାଳିତ ହେଉଥିବା ସ୍କୁଟର ଜଳିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe