ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବ ଚାଷୀ ଗୁରୁତର

Advertisment
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଷଷ୍ଠ ଶ୍ରେଣୀ ଛାତ୍ରର ମୃତ୍ୟୁ

asianinsulators.com

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ମନମୁଣ୍ଡା ଥାନା ଅନ୍ତର୍ଗତ ରାତାଖଣ୍ଡି ଗାଁରେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବ ଚାଷୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ତାଙ୍କ ନାଁ ଲବ ପାଣ୍ଡେ(୨୨) ବୋଲି ଜଣାପଡିଛି। ସୂଚନା ଅନୁସାରେ ସେ ବୁଧବାର ରାତି ପ୍ରାୟ ୧୦ଟା ସମୟରେ ଡାଲୁଆ ଧାନ ଚାଷ ଜମିକୁ ପାଣି ମଡ଼େଇବା ପାଇଁ ଯାଉଥିବା ବେଳେ ଜମି ନିକଟରେ ତଳେ ପଡିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପୋଡ଼ି ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପରିବାର ବର୍ଗକୁ ଖବର ଦେଇଥିଲେ। ଚିକିତ୍ସା ପାଇଁ ପ୍ରଥମେ ସୋନପୁର ଡାକ୍ତରଖାନା ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ବୁର୍ଲାମେଡିକାଳକୁ ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ଯୁବକଙ୍କ ଶରୀରର ପ୍ରାୟ ୫୦ପ୍ରତିଶତ ପୋଡିଯାଇଥିବା କୁହାଯାଉଛି। ଅପରପକ୍ଷେ ବନ୍ୟ ଜନ୍ତୁ ଶିକାର ପାଇଁ ଶିକାରୀ ବିଦ୍ୟୁତ ତାର ବିଛେଇ ଥିବାରୁ ସେହି ତାର ସଂସ୍ପର୍ଶରେ ଯୁବକ ଜଣକ ଆସିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe