ପଦ୍ମପୁର: କେନ୍ଦୁଝର ସଦର ବ୍ଲକ୍ ନୂଆଗାଁ ପଞ୍ଚାୟତ ନରସିଂହପୁର ଗ୍ରାମର ଉଠାଜଳ ପ୍ରକଳ୍ପ ଗୁଡ଼ିକୁ ସଂଯୋଗ କରୁଥିବା ବିଦ୍ୟୁତ୍ ତାର ଚାଷଜମି ଦେଇ ଯାଇଛି। ନୂଆଗାଁ ରାସ୍ତାର ବୁଲାଣି ନିକଟ ପୂର୍ଣ୍ଣଚନ୍ଦ୍ର ମାଝୀଙ୍କ ବିଲରେ ତାର ଝୁଲି ରହିଥିବାରୁ ତାଙ୍କୁ ହଳ ଓ ରୁଆବଛା କରିବାରେ ସମସ୍ୟା ହେଉଛି।
ଚାଷଜମି ଦେଇ ଚଳପ୍ରଚଳ କରିବାକୁ ଲୋକେ ସୁରକ୍ଷିତ ମଣୁନାହାନ୍ତି। ବିଦ୍ୟୁତ୍ ଖୁଣ୍ଟ ନଥିବା ବେଳେ ବାଉଁଶ ସାହାଯ୍ୟରେ ତାରକୁ ଟେକା ଯାଇଥିବା ଦେଖିବାକୁ ମିଳୁଛି। ଏନେଇ ବିଦ୍ୟୁତ୍ ବିଭାଗ କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ କୌଣସି ଅଘଟଣ ଘଟିଲେ ସେଥିପାଇଁ ବିଦ୍ୟୁତ୍ ବିଭାଗ ଦାୟୀ ରହିବ ବୋଲି ଚାଷୀମାନେ କହିଛନ୍ତି।
Follow Us