ମାଇକେଲ୍‌ ବିୟର୍‌ ଫ୍ୟାକ୍ଟ୍ରି କୁଲିଂ ଟାୱାରରୁ ପଡ଼ି ଇଲେକ୍ଟ୍ରିସିଆନ୍‌ ମୃତ

Advertisment
ମାଇକେଲ୍‌ ବିୟର୍‌ ଫ୍ୟାକ୍ଟ୍ରି କୁଲିଂ ଟାୱାରରୁ ପଡ଼ି ଇଲେକ୍ଟ୍ରିସିଆନ୍‌ ମୃତ

Telegraph India

ବେଲପଡ଼ା : ବଲାଙ୍ଗୀର ଜିଲ୍ଲା ବେଲପଡ଼ା ନିକଟସ୍ଥ ସରମୁହାଣ ମାଇକେଲ ବିଅର ଫ୍ୟାକ୍ଟ୍ରିର କୁଲିଂ ଟାୱାରରୁ ଖସିପଡ଼ି ଇଲେକ୍ଟ୍ରିସିଆନ ବିଶ୍ବନାଥ ହଂସ (୩୫ବର୍ଷ)ଙ୍କ ମୃତ୍ୟୁ ଘଟିଛି। ବେଲପଡ଼ା ଥାନା ପୁଲିସ ଶବ ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଉକ୍ତ ବିଅର ଫ୍ୟାକ୍ଟ୍ରିର କୁଲିଂଟାୱାରରେ କିଛି ତ୍ରୁଟି ଥିଲା। ତାହାର ମରାମତି ପାଇଁ ସୋମବାର ଦିନ ୧୦ଟାରେ ନୁନହାଡ଼ ଗାଁର ଇଲେକ୍ଟ୍ରିସିଆନ ବିଶ୍ବନାଥ ହଂସ ଓ ଅପରେଟର ହୁତାଶନ ନିଆଲ ଚଢ଼ି କାମ କରୁଥିଲେ। କାମ କରୁଥିବା ସମୟରେ ବିଶ୍ବନାଥଙ୍କ ଗୋଡ଼ ଖସିଯାଇଥିଲା ଓ ୨୫ଫୁଟ୍‌ ତଳେ ପଡ଼ିଯାଇଥିଲେ। ସେଠାରେ କାମ କରୁଥିବା କର୍ମଚାରୀମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ତାଙ୍କୁ ବେଲପଡ଼ା ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଫ୍ୟାକ୍ଟ୍ରିରେ ଶହ ଶହ ଶ୍ରମିକ କାମ କରୁଥିଲେ ମଧ୍ୟ ଶ୍ରମିକ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉ ନାହିଁ। ସୁରକ୍ଷା କିଟ୍‌ ଦିଆଯାଉ ନାହିଁ। ଟାୱାରରେ କୌଣସି ସେଭର୍‌ ବ୍ୟବସ୍ଥା ନାହିଁ ବୋଲି ଶ୍ରମିକମାନେ ଅଭିଯୋଗ କରିଛନ୍ତି। ବେଲପଡ଼ା ଥାନାରେ ଅଭିଯୋଗ ହେବା ପରେ ପୁଲିସ ପହଞ୍ଚି ଶବ ଜବତ କରିଥିଲା। ଗ୍ରାମବାସୀ ମୃତକଙ୍କ ପରିବାରକୁ କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ କରାଇ ଦେବେ ନାହିଁ ଜିଦ୍‌ ଧରିଥିଲେ। ଫଳରେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇ ପାରିନଥିଲା। ମୃତ ବିଶ୍ବନାଥଙ୍କ ସ୍ତ୍ରୀ ଓ ଦୁଇ ପୁଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe