ଟ୍ରାନ୍‌ସଫର୍ମର୍‌ରେ ଜଳିଗଲେ ଶ୍ରମିକ

ଟ୍ରାନ୍‌ସଫର୍ମର୍‌ରେ ଜଳିଗଲେ ଶ୍ରମିକ

ପଞ୍ଚଗାଁ : ସୋମବାର ସକାଳେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତର ରେଙ୍ଗାଲିଠାରେ ଟ୍ରାନ୍ସଫର୍ମର ସଜାଡ଼ୁଥିବା ସମୟରେ ଠିକା କର୍ମଚାରୀ କାହ୍ନୁଚରଣ ସାହୁ (୨୮) ବିଦ୍ୟୁତ୍ ସ୍ପର୍ଶରେ ଆସି ଜୀବନ୍ତ ଜଳି ଯାଇଛନ୍ତି। ଏହି ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ । ଲୋକମାନେ ଉଦ୍ୟମ କରିଥିଲେ ମଧ୍ୟ ତାଙ୍କୁ ମୃତ୍ୟୁମୁଖରୁ ରକ୍ଷା କରାଯାଇ ପାରିନଥିଲା।

କାହ୍ନୁ ଏଠାରେ ତାଙ୍କ ନାନୀ-ଭିଣୋଇଙ୍କ ଘରେ ରହୁଥିଲେ। ଛତିଶଗଡ଼ ବରମକେଲା ଥାନା ସରିଆ ରାଜୀବ ନଗର‌‌ରେ ତାଙ୍କ ପରିବାର ରହନ୍ତି। ଏଇ ବର୍ଷ ତାଙ୍କ ବିବାହ ମଧ୍ୟ ହେବାର ଥିଲା। ଘରେ ୨ ଭାଇ, ୨ ଭଉଣୀଙ୍କ ବିବାହ ହୋଇସାରିଛି। ଗତ ପ୍ରାୟ ୧୦ ବର୍ଷ ହେଲା କାହ୍ନୁ ଏହି ଅଞ୍ଚଳରେ ବିଦ୍ୟୁତ୍ ସଜାଡ଼ିବା କାର୍ଯ୍ୟ କରି ଆସୁଥିଲେ। ମାତ୍ର, ଆଜି ତାଙ୍କ ପାଇଁ ଦୁର୍ଭାଗ୍ୟପୂର୍ଣ୍ଣ ଦିନ ଥିଲା। ଶେଷରେ, ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିଲେ। ଲୋକମାନେ ହତ୍ୟା ମାମଲା ରୁଜୁ କରି ଘଟଣାର ଉଚିତ ତଦନ୍ତ କରିବାକୁ ଦାବି କରିଥିଲେ। ଏହି ଦାବି ନେଇ ରାସ୍ତାରୋକ ବି କରିଥିଲେ। ୫ ଲକ୍ଷ ଟଙ୍କା କ୍ଷତିପୂରଣ ସହାୟତା ସହ ପରିବାରର ଜଣଙ୍କୁ ଚାକିରି ଏବଂ ପେନସନ ସୁବିଧା ଦିଆଯିବ ବୋଲି ୱେସ୍‌କୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe