Kashmire Electricals
ରସୁଲପୁର: ବିଜୁଳି ବ୍ୟବହାର କରୁନଥିଲେ ହେଁ ଚାଷୀଙ୍କ ହାତରେ ବିଦ୍ୟୁତ୍ ବିଭାଗ ଧରାଇ ଦେଇଛି ବିଲ୍। ରସୁଲପୁର ବ୍ଲକର ଓଡ଼ିଶୋ ଓ ନଠୁଆବର ପଞ୍ଚାୟତର ଚାଷୀମାନେ ଜମିରେ ପାଣି ମଡ଼ାଇବା ପାଇଁ ୨୦୧୫ରେ ପାଣି ପଞ୍ଚାୟତ ଗଠନ କରିଥିଲେ। ବିଦ୍ୟୁତ୍ ସଂଯୋଗ ହୋଇନପାରିବାରୁ ଜମିରେ ପାଣି ମଡ଼ାଇବା ସମ୍ଭବ ହୋଇନଥିଲା। ଆଶ୍ଚର୍ଯ୍ୟର କଥା ବିଜୁଳି ବ୍ୟବହାର କରିନଥିଲେ ମଧ୍ୟ ଏହି ଚାଷୀମାନଙ୍କ ନାମରେ ୨୦୧୭ ରେ ନେସ୍କୋ ୟୁଟିଲିଟି ପକ୍ଷରୁ ବକେୟା ବିଦ୍ୟୁତ୍ ବିଲ୍ ଦିଆଯାଇଥିଲା।
ଏହାକୁ ଚାଷୀମାନେ ବିରୋଧ କରି ତୁରନ୍ତ ଏହି ବେଆଇନ୍ ବିଲ୍ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଟାଟା ପାୱାର ବିଦ୍ୟୁତ୍ ବିତରଣ ଦାୟିତ୍ବ ନେବା ପରେ ତୁରନ୍ତ ବକେୟା ବିଦ୍ୟୁତ ବିଲ୍ ପୈଠ କରିବାକୁ କହୁଛି। ଯଦି ଟାଟା ପାୱାର ଏଭଳି ବେଆଇନ ଅର୍ଥ ଆଦାୟ ବନ୍ଦ ନକରେ ତାହେଲେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଆଜି ବାରବାଟୀ ଓଡ଼ଙ୍ଗଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କୃଷ୍ଣପଡ଼ା ଗ୍ରାମର ମା’ କିଆଶୁଣି ପାଣି ପଞ୍ଚାୟତ ସଂପାଦକ ଗୋବର୍ଦ୍ଧନ କବି, ମା’ ମଙ୍ଗଳା ପାଣି ପଞ୍ଚାୟତ ସଭାପତି ଭରତ କବି, ଓଡ଼ିଶୋ ମେଳକ ଗ୍ରାମର ମା’ ମଙ୍ଗଳା ପାଣି ପଞ୍ଚାୟତ ସଭାପତି ଭାଗୀରଥି ଦାସ, ବାବାଜୀ ଦେ, ଗ୍ରାମାଞ୍ଚଳ ବିଦ୍ୟୁତ୍ ଉପଭୋକ୍ତା ମଞ୍ଚ ସଭାପତି ନାରାୟଣ ଜେନା ଚେତାବନୀ ଦେଇଛନ୍ତି।
Follow Us