ଭୁବନେଶ୍ବର: ରାଜ୍ୟରେ କରୋନା ଟିକାକରଣ ନୀତିରେ ପରିବର୍ତ୍ତନ ଅଣାଯାଇଛି। ଆଗଧାଡ଼ିର ଯୋଦ୍ଧା ଭାବେ ଗ୍ରହଣ କରି ବିଦ୍ୟୁତ୍ ଓ ପାନୀୟ ଜଳ ଯୋଗାଣ କର୍ମଚାରୀଙ୍କୁ କରୋନା ଟିକା ଦିଆଯିବା ନେଇ ନିଷ୍ପତ୍ତି ହୋଇଛି । ଏଥି ସହିତ ସଡ଼କ ପରିବହନ କର୍ମଚାରୀଙ୍କୁ ମଧ୍ୟ କରୋନା ଟିକା ଦିଆଯିବ। ବିଦ୍ୟୁତ୍, ପାନୀୟ ଜଳଯୋଗାଣ ଓ ସଡ଼କ ପରିବହନ କର୍ମଚାରୀଙ୍କୁ ସ୍ପଟ ଭାସିନେସନ୍ ବା ସ୍ଥାନୀୟ ଟିକାକରଣ କରାଯିବ। ଏ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କୋଭିଡ୍ ପରିଚାଳନା ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ହୋଇଛି।
ସୂଚନାଯୋଗ୍ୟ, କରୋନା ଭାଇରସ ମହାମାରୀ ବ୍ୟାପିବା ସମୟରେ ଘରୁ ବାହାରକୁ ଯିବା ପାଇଁ ଯେତେବେଳେ ଭୟ ଲାଗୁ ଥିଲା, ସେହି ସମୟରେ ଏହି ୩ଟି ବିଭାଗର କାର୍ଯ୍ୟରତ କର୍ମଚାରୀମାନେ ସମ୍ମୁଖ ଯୋଦ୍ଧା ଭଳି କାମ କରିଥିଲେ। ଉପରୋକ୍ତ ବର୍ଗରେ ଆସୁଥିବା ବ୍ୟକ୍ତିମାନେ କୋ-ଉଇନ୍ ପୋର୍ଟାଲରେ ନାମ ପଂଜିକରଣ କରି ଟିକାକରଣ ନେଇ ସୁନିଶ୍ଚିତ କରିବାକୁ ରାଜ୍ୟ ସରକାର ଅନୁରୋଧ କରିଛନ୍ତି। ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ଜିଲ୍ଳାପାଳ, ମୁନିସିପାଲ କମିସନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖାଯାଇଛି।
Follow Us