ବିଦ୍ୟୁତ୍‌ ତାର ଚୋରି: ଦୁଇଜଣଙ୍କୁ ବାନ୍ଧିଲେ ଲୋକେ

ବିଦ୍ୟୁତ୍‌ ତାର ଚୋରି: ଦୁଇଜଣଙ୍କୁ ବାନ୍ଧିଲେ ଲୋକେ

wikiHow

ପାଣିକୋଇଲି : ପାଣିକୋଇଲି ଥାନା ଅନ୍ତର୍ଗତ କରଦା (ସପିସାହି) ଗ୍ରାମରେ ଗତକାଲି  ବିଳମ୍ବିତ ରାତିରେ ବିଦ୍ୟୁତ୍‌ ତାର ଚୋରି କରୁଥିବା ଦୁଇଜଣ ଯୁବକଙ୍କୁ ଗ୍ରାମବାସୀ କାବୁ କରିଛନ୍ତି। ପରେ ସେମାନଙ୍କୁ ପାଣିକୋଇଲି ଥାନାରେ ଜିମା ଦିଆଯାଇଛି। ସେମାନଙ୍କଠାରୁ ଦୁଇ ବଣ୍ଡଲ ତାର ଜବତ କରାଯାଇଛି।

ମିଳିଥିବା ଖବର ଅନୁସାରେ ଗତକାଲି ବିଳମ୍ବିତ ରାତିରେ ୧୦ ଜଣ ଦୁର୍ବୃତ୍ତ କରଦା ଗ୍ରାମରେ ଥିବା ଉଠା ଜଳସେଚନ ପ୍ରକଳ୍ପକୁ ଯାଇଥିବା ବିଦ୍ୟୁତ୍‌ ତାର ଚୋରି କରୁଥିଲେ। ଏହି ସମୟରେ ଗାଁ ଲୋକେ ସେମାନଙ୍କୁ ଦେଖି ପାଟି କରିବାରୁ ସମସ୍ତେ ଦୌଡ଼ିଥିଲେ। ୮ ଜଣ ଅନ୍ଧାରର ସୁଯୋଗ ନେଇ ଖସିଯିବାକୁ ସକ୍ଷମ ହୋଇଥିବାବେଳେ ଦୁଇଜଣଙ୍କୁ ଗ୍ରାମବାସୀ ଧରିବାରେ ସକ୍ଷମହୋଇଥିଲେ। ସେମାନଙ୍କୁ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧିବା ସହିତ ଉତ୍ତମମଧ୍ୟମ ଦେଇଥିଲେ। ଖବର ପାଇ ପାଣିକୋଇଲି ଥାନା ପୁଲିସ ପହଞ୍ଚି ଦୁହିଁଙ୍କୁ ଥାନାକୁ ନେଇଯାଇଥିଲା। ଅଟକ ଦୁଇ ଯୁବକ ହେଉଛନ୍ତି ଗୋପୀନାଥପୁର ଦଳେଇ ସାହିର ନିତ୍ୟାନନ୍ଦ ମାଝୀ (୩୧) ଓ ବରୁଣେଇପଦା ଗ୍ରାମର ପ୍ରଶାନ୍ତ ଦାସ (୩୨)। ଅନ୍ୟ ଆଠଜଣ ମଧ୍ୟ ପାଣିକୋଇଲି ଥାନା ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଛି।

ଏନେଇ କରଦା ଗ୍ରାମ ପକ୍ଷରୁ ରତ୍ନାକର ସାହୁ, ରାଧେଶ୍ୟାମ ସାହୁ, ବିପଦ ସାହୁ, ଲମ୍ବୋଦର ସାହୁ, ଦୀପକ ବାରିକ, ପୀତାମ୍ବର ଦାସ, ଭାସ୍କର ସାହୁ,  ଅମୂଲ୍ୟ ବାରିକ, ଲକ୍ଷ୍ମୀଧର ବାରିକ, ଲକ୍ଷ୍ମୀଧର ସାହୁ, ନିହାର ରଞ୍ଜନ ସେନାପତି, ଚିତ୍ତରଞ୍ଜନ ସାହୁ, ଗଗନ ବାରିକ, ପ୍ରହଲ୍ଲାଦ ସେଠୀ ପାଣିକୋଇଲି ଥାନାରେ ଲିଖିତ ଅଭିଯୋଗ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଏ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe