୨୦୨୫ ସୁଦ୍ଧା ବିଦ୍ୟୁତ ଭିତ୍ତିଭୂମି ସଜାଡ଼ି ହୋଇଯିବ: ଶକ୍ତିମନ୍ତ୍ରୀ

ଶକ୍ତି ବିଭାଗର ସାମ୍ବାଦିକ ସମ୍ମିଳନୀ

୨୦୨୫ ସୁଦ୍ଧା ବିଦ୍ୟୁତ ଭିତ୍ତିଭୂମି ସଜାଡ଼ି ହୋଇଯିବ: ଶକ୍ତିମନ୍ତ୍ରୀ

Odisha Insider

ଭୁବନେଶ୍ବର: ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉନାହିଁ। ଏହି କଥାକୁ ସ୍ୱୀକାର କରିବାକୁ ନାରାଜ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ। କିନ୍ତୁ ବିଦ୍ୟୁତ ଭିତ୍ତିଭୂମି ଦୁର୍ବଳ ଥିବା ନେଇ ସ୍ବୀକାର କରିଛନ୍ତି। ଭିତ୍ତିଭୂମି ଦୁର୍ବଳ ଯୋଗୁଁ ପାୱାର ଟ୍ରିପ ହେଉଛି ବୋଲି ସେ ସଫେଇ ଦେଇଛନ୍ତି।। ୨୦୨୫ ସୁଦ୍ଧା ବିଦ୍ୟୁତ ଭିତ୍ତିଭୂମି ସଜାଡ଼ି ହୋଇଯିବ। ରାଜ୍ୟ ସରକାର ଏଥିପାଇଁ ଅନେକ ପଦକ୍ଷେପ ହାତକୁ ନେଇଛନ୍ତି। ଆଗାମୀ ଦିନରେ ଏଭଳି ପରିସ୍ଥିତ ହେବ ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି।

ପ୍ରତି ବର୍ଷ ରାଜ୍ୟ ପ୍ରାକୃତିକ ଦୁର୍ବିପାକର ସମ୍ମୁଖୀନ ହେଉଛି। ତାର ମୁକାବିଲା ପାଇଁ ରାଜ୍ୟ ସରକାର ଓଡ଼ିଶା ଉପକୂଳବର୍ତ୍ତୀ ତଥା ବାତ୍ୟା ପ୍ରଭାବିତ ଜିଲ୍ଲାରେ ଅଣ୍ଡର ଗ୍ରାଉଣ୍ଡ କେବଲିଂ ପାଇଁ ଯୋଜନା କରିଛନ୍ତି। ଭୁବନେଶ୍ବରର ୩ଟି ଜାଗାରେ ଅଣ୍ଡର ଗ୍ରାଉଣ୍ଡ କେବଲିଂ ସରିଛି। ଗତ ୪ ବର୍ଷ ମଧ୍ୟରେ ଶକ୍ତି ବିଭାଗର ବିଭିନ୍ନ କାର୍ଯ୍ୟ ଏବଂ ସଫଳତାର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଥିଲେ। ୨୦୧୯ରେ ଓପିଜିସିର ପୂର୍ବତନ କ୍ଷମତା ୪୨୦ ମେଗାୱାଟ ସହ ଅତିରିକ୍ତ ୧୩୨୦ ମେଗାୱାଟ କ୍ଷମତା ଯୋଗ କରାଯାଇ ରାଜ୍ୟର ଶକ୍ତି ନିରାପତ୍ତା ସୁନିଶ୍ଚିତ କରାଯାଇଥିବା ବିଭାଗ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe