୨୭ରୁ ୟୁ-ଟ୍ୟୁବ୍‌ରେ ପଢ଼ିବେ ପ୍ରାଥମିକ ବିଦ୍ୟାଳୟ ଛାତ୍ରଛାତ୍ରୀ

ଭାରତ ବିରୋଧୀ ପ୍ରଚାର: ୨୨ ୟୁଟ୍ୟୁବ୍‌ ଚ୍ୟାନେଲ ନିଷିଦ୍ଧ କଲେ ସରକାର

Business Today

ଭୁବନେଶ୍ବର: ଆସନ୍ତା ୨୭ ତାରିଖ ଠାରୁ ୟୁ-ଟ୍ୟୁବ୍‌ରେ ପ୍ରଥମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପୁଣିଥରେ ପାଠପଢା ଆରମ୍ଭ ହେବ। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ (ଓସେପା) ପକ୍ଷରୁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଗୋଟିଏ ଲେଖାଏ କ୍ଲାସ ହେବ। ଏହି ପର୍ଯ୍ୟାୟରେ ୟୁ-ଟ୍ୟୁବ୍‌ରେ ପଢ଼ାଯାଇଥିବା ପାଠ ଆଉଥରେ ପଢ଼ାଯିବ। ପାଠପଢ଼ା ପ୍ରଣାଳୀକୁ ନେଇ ଶ୍ରେଣୀ ଅନୁଯାୟୀ ହ୍ବାଟ୍‌ସଆପ ଗ୍ରୁପ ଗଠନ ହେବ। ପ୍ରତି ଲାଇଭ୍‌ ଷ୍ଟ୍ରିମିଂର ଲିଙ୍କ୍‌ ପୂର୍ବଦିନ ସନ୍ଧ୍ୟା ୫ଟା ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ଦିଆଯିବ। ଏ ସଂକ୍ରାନ୍ତରେ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ସଚେତନ କରିବେ। ଅଭିଭାବକ ଓ ଗୋଷ୍ଠୀ ସଚେତନତା ମାଧ୍ୟମରେ ୟୁ-ଟ୍ୟୁବ୍‌ କ୍ଲାସର ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ଦିଗରେ ପଦକ୍ଷେପ ନିଆଯିବ। ବିଦ୍ୟାଳୟ ବନ୍ଦ ସମୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ନିକଟରେ ଶିକ୍ଷା ପହଞ୍ଚାଇବାକୁ ଜିଲ୍ଲା, ବ୍ଲକ, ସିଆରସିସି ଓ ବିଦ୍ୟାଳୟସ୍ତର‌ରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe