ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ

ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ

photo-nrdc

କେନ୍ଦୁଝର :କେନ୍ଦୁଝର ଜିଲ୍ଲାରେ  ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଖବର ମିଳିଛି। ସୂଚନା ଅନୁଯାୟୀ ଶୋଷ ଥାନା ଅନ୍ତର୍ଗତ କୁସଟିକିରି ଗାଁରେ ହାତୀ ଆକ୍ରମଣରେ ଶୁକ ଖଣ୍ଡେଇ ଓରଫ ଖୁକା(୪୫) ନାମକ ଜଣେ ଲୋକର ମୃତ୍ୟୁ ଘଟିଛି।

ଶୁକ ଖଣ୍ଡେଇ ଆଜି ଭୋର୍‌ ପ୍ରାୟ ୫ଟା ବେଳେ ସେ ନିକଟସ୍ଥ ସାଳନ୍ଦୀ ନଦୀକୁ ଶୌଚ ପାଇଁ ଯାଉଥିଲେ। ଏହି ସମୟରେ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ଖୁକାଙ୍କ ମୃତ୍ୟୁ ଘଟିଥିଲା।ଏହି ଘଟଣାରେ ସେ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe