ବିରତୋଳାରେ ଦନ୍ତା ହାତୀଙ୍କ ଆତଙ୍କ

ବିରତୋଳାରେ ଦନ୍ତା ହାତୀଙ୍କ ଆତଙ୍କ

Telegraph India

କୁତ୍ରା : କୁତ୍ରା ବ୍ଲକର ବିରତୋଳା ଗ୍ରାମରେ ଗତ ସପ୍ତାହେ ଧରି ଦନ୍ତା ହାତୀ ଆତଙ୍କରେ ଗ୍ରାମବାସୀ ଏକ ପ୍ରକାର ଆତଙ୍କରେ କାଳ କାଟୁଛନ୍ତି। ମହାବୀର ପାହାଡ ପଟୁ ହାତୀ ପଲ ଆସି ଗ୍ରାମରେ ନାହିଁ ନଥିବା ଉତ୍ପାତ ମଚାଉଥିବା ଦେଖିବାକୁ ମିଳୁଛି କେତେବେଳେ ଦିନରେ ତ କେତେବେଳେ ରାତିରେ ବିରତୋଳାର ଟୁଙ୍ଗୁରି ପଡ଼ା, ଭୁଜାପଡା ଓ ଉପରପଡାରେ ଧାନ ତଳି ନଷ୍ଟ କରିବା ସହ ବିଲର ଧାନ, କାକୁଡି ପ୍ରଭୃତି ପନିପରିବା ଖାଇବା ଓ ଦଳିମକଚି ନଷ୍ଟ କରିବା ସହ ଘର ଭାଙ୍ଗି ଦେଉଛି।  ଲୋକେ ରାତିରେ ହାତୀ ଆତଙ୍କରେ ଶୋଇ ନ ପାରି ଅନିଦ୍ରା ରହୁଥିବା ଦେଖିବାକୁ ମିଳୁଛି। ଗତ ପାଞ୍ଚ ଦିନ ଠାରୁ ହାତୀ ପଲ ଗାଁରେ ପଶି ଦିନ ବେଳା ମଧ୍ୟ ଉତ୍ପାତ କରୁଥିବା ଦେଖାଯାଉଛି। ବନ ବିଭାଗ ହାତୀ ଘଉଡେଇବାକୁ ଉଦ୍ୟମ କରୁଥିଲେ ହେଁ ସଫଳ ହୋଇ ପାରୁନି। ନିଅଣ୍ଟିଆ ବର୍ଷା ସାଙ୍ଗକୁ କ୍ରମାଗତ ହାତୀଙ୍କ ଉତ୍ପାତ ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe