ବଣାଇରେ ଥମୁନି ହାତୀ ଉପଦ୍ରବ: ପୁଣି ୬ ଜଣଙ୍କ ଘର ଭାଙ୍ଗିଲା ଗୋଠଛଡ଼ା ଦନ୍ତାହାତୀ

Advertisment
ବଣାଇରେ ଥମୁନି ହାତୀ ଉପଦ୍ରବ: ପୁଣି ୬ ଜଣଙ୍କ ଘର ଭାଙ୍ଗିଲା ଗୋଠଛଡ଼ା ଦନ୍ତାହାତୀ

ବଣାଇଗଡ଼ : ବଣାଇ ରେଞ୍ଜ ଓ କୁଳିପୋଷ ରେଞ୍ଜ ଅନ୍ତର୍ଗତର ତିନିଟି ଗ୍ରାମରେ ହାତୀ ୬ ଜଣଙ୍କର ଘର ଭାଙ୍ଗିବା ସହ ଧାନଖାଇ ନଷ୍ଟ କରିଥିବା ଜଣାପଡ଼ିଛି। ଏହି ଗୋଠଛଡ଼ା ଦନ୍ତାହାତୀ ବୁଲି ବୁଲି ଘର ଭାଙ୍ଗୁଥିବା ବେଳେ ବଣାଇ ରେଞ୍ଜ ଅନ୍ତର୍ଗତ ଜମକେଇ, ପାଣ୍ଡୁରିଶିଲା ଏବଂ କୁଳିପୋଷ ରେଞ୍ଜର ବେଲକୁଦର ଗ୍ରାମର ତାଲଢିପା ସାହିରେ ଘରର କାନ୍ଥ ଭାଙ୍ଗି ଧାନ ଖାଇଥିବା ଜଣାପଡ଼ିଛି। ହାତୀଟି କୁଳିପୋଷ ରେଞ୍ଜ ଅନ୍ତର୍ଗତ ବେଲକୁଦର ଗ୍ରାମର ସିଗାଂରଦେଇ ଜଙ୍ଗଲ ଭିତରେ ରହିଛି ବୋଲି ଗ୍ରାମବାସୀ କହିଛନ୍ତି।

ତେବେ ଏହି ଦନ୍ତାହାତୀଟି ପାଣ୍ଡୁରିଶିଲା ଗ୍ରାମର ଡମୁ କିସାନ, ଦୈତ୍ୟାରି କିସାନ, ନିର କିସାନଙ୍କ ଘର ଭାଙ୍ଗିଥିବା ବେଳେ ଜମକେଇ ଗ୍ରାମର ଦିଲ୍ଲୀପ ପାତ୍ର, ସୁଗ୍ରୁ ପାତ୍ରଙ୍କ ଘର ଓ ପାଚେରି ଭାଙ୍ଗିଛି। କୁଳିପୋଷ ରେଞ୍ଜ ଅନ୍ତର୍ଗତ ବେଲକୁଦର ଗ୍ରାମର ତାଲଢିପା ସାହିର ଟିକେଶ୍ବରୀ ଭୂମିଜଙ୍କର ଘରର କାନ୍ଥ ଭାଙ୍ଗି ଧାନ ଖାଇଛି। ଏହି ଦନ୍ତାହାତୀଟିକୁ ଘଉଡ଼ାଇବା ପାଇଁ ବନ ବିଭାଗ ଓ ଗ୍ରାମବାସୀ ଉଦ୍ୟମ ଜାରି ରଖିଛନ୍ତି। ତେବେ ଘର ଭାଙ୍ଗିଥିବା ପରିବାରକୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe