ଘର ଭାଙ୍ଗି ଧାନ ଖାଇଲେ ହାତୀ

Advertisment
ଘର ଭାଙ୍ଗି ଧାନ ଖାଇଲେ ହାତୀ

ଚମ୍ପୁଆ : ଚମ୍ପୁଆ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବୃଦ୍ଧି ପାଉଛି। ଦୁଇଦିନ ତଳେ ଏକ ହାତୀପଲ କାଟୁଳିକନା ଗ୍ରାମର କିଛି ଚାଷୀଙ୍କ ଧାନ ଫସଲ ନଷ୍ଟ କରିଥିବାବେଳେ ଗତକାଲି ରାତିରେ ବ୍ରହ୍ମପୁର ଗ୍ରାମର ବିଭୁତି ପ୍ରଧାନଙ୍କ ୮୦ ବସ୍ତା ଧାନ ଖାଇବା ସହ ମାଡ଼ିଦଳି ନଷ୍ଟ କରିଛନ୍ତି। ଏହି ହାତୀପଲ ଟମକିଆ, ଡୁରୁକୁଳିଆ, ଜାମୁଡ଼ି, କାଞ୍ଜିଆଶୁଳା ଦେଇ ଆସି ଗିଧିବାସ ହୁଡ଼ିରେ ଆଶ୍ରୟ ନେଇଥିଲେ। ଗତକାଲି ରାତିରେ ଉକ୍ତ ହାତୀପଲ ନାଳକୂଳରେ ଥିବା ବିଭୁତିଙ୍କ ଫାର୍ମହାଉସ୍‌ ଭାଙ୍ଗି ସେଠାରେ ଥିବା ୮୦ ବସ୍ତା ଧାନ ଖାଇ ଦେଇଛନ୍ତି। ସୂଚନାଯୋଗ୍ୟ, ଟୋକନ ସମସ୍ୟା ଯୋଗୁଁ ବିଭୁତି ମଣ୍ଡିରେ ଧାନ ବିକ୍ରି କରି ନପାରି ଫାର୍ମହାଉସ୍‌ରେ ରଖିଥିଲେ। ବନ ବିଭାଗ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe