ବୁଗୁଡ଼ା ବନାଞ୍ଚଳରେ ମାତିଲା ଦନ୍ତା : ଫରେଷ୍ଟଗାର୍ଡ଼ଙ୍କୁ କୁଦିବାକୁ ଉଦ୍ୟମ, ବାବାଙ୍କୁ ଟେକି ଫୋପାଡ଼ିଲା

Advertisment
ବନ୍ୟଜନ୍ତୁଙ୍କ ସହ ମୁହାଁମୁହିଁ: ୪ ବର୍ଷରେ ଗଲାଣି ୫ଶହ ଜୀବନ, ବିକଳାଙ୍ଗ ହେଲେଣି ହଜାରେରୁ ଅଧିକ

image source-newspost

ବୁଗୁଡ଼ା : ଗଞ୍ଜାମ ଜିଲ୍ଲା ଦକ୍ଷିଣ ଘୁମୁସର ବନଖଣ୍ଡରେ ହାତୀପଲ ଆତଙ୍କ ଜାରି ରହିଛି। ଆଜି ବୁଗୁଡ଼ା ବନାଞ୍ଚଳ ଅଧୀନ ନୂଆଗଡ଼ ବିଟ୍ ଇଲାକାରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଫରେଷ୍ଟଗାର୍ଡ଼ ସାମାନ୍ୟ ଆହତ ହୋଇଥିବା ବେଳେ ମନ୍ଦିରର ବାବା ଗୁରୁତର ହୋଇଛନ୍ତି।

ଆଜି ମଧ୍ୟାହ୍ନରେ ନୂଆପଲ୍ଲୀ ଫରେଷ୍ଟଗାର୍ଡ଼ ମୁନା ଦାଶ କାମ ତଦାରଖ କରିବା ପାଇଁ ଯାଉଥିଲେ। ଏହି ସମୟରେ ଅନ୍ଧାରିନାଳ ନିକଟରେ ସେ ଏକ ଦନ୍ତା ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଭୟରେ ବାଇକ୍ ଛାଡ଼ି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଦନ୍ତା ତାଙ୍କୁ ପିଛା କରି ଜଂଘକୁ କୁଦିବାକୁ ଉଦ୍ୟମ କରିଥିଲା। କିନ୍ତୁ ମୁନା ଜୋର୍‌ରେ ପାଟି କରିବାରୁ ଦନ୍ତା ତାଙ୍କୁ ଛାଡ଼ି ପଳାଇଯିବାରୁ ସେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ।

ଅନ୍ୟପକ୍ଷରେ ଏହି ଘଟଣାର କିଛି ସମୟରେ ଉକ୍ତ ଦନ୍ତାର ଆକ୍ରମଣରେ ନୂଆପଲ୍ଲୀ ଜଙ୍ଗଲ ମଧ୍ୟରେ ରାମପାଦ ମନ୍ଦିରରେ ରହୁଥିବା ଚୈତନ୍ୟ ମହାରାଜ (୫୬) ନାମକ ଜଣେ ବାବା ଗୁରୁତର ହୋଇଛନ୍ତି। ଆଜି ଅପରାହ୍‌ଣ ସାଢ଼େ ୫ଟାରେ ବାବା ନୂଆପଲ୍ଲୀରୁ ଚାଲି ଚାଲି ରାମପାଦ ଫେରୁଥିଲେ। ଏହି ସମୟରେ ଦନ୍ତାଟି ପଛପଟୁ ଆସି ତାଙ୍କୁ ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବୁଗୁଡ଼ା ଡାକ୍ତରଖାନା ଏବଂ ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe