ଝରଝରିରେ ହାତୀ ଉପଦ୍ରବ : ୩ ଚାଷୀଙ୍କ ଘର, ଗୋଶାଳା ଭାଙ୍ଗିଲା

Advertisment

୬୫ ଗାଈଙ୍କୁ ନେଇ ଚିନ୍ତାରେ ସନ୍ତୋଷ

୬୫ ଗାଈଙ୍କୁ ନେଇ ଚିନ୍ତାରେ ସନ୍ତୋଷ

ଝରଝରିରେ ହାତୀ ଉପଦ୍ରବ : ୩ ଚାଷୀଙ୍କ ଘର, ଗୋଶାଳା ଭାଙ୍ଗିଲା

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଝରଝରି ଗାଁରେ ହାତୀ ଉପଦ୍ରବ, ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ବ୍ୟକ୍ତିଙ୍କ ଘର, ଗୋଶାଳା ଭାଙ୍ଗି ଦେଇଛି। ଏଥିଯୋଗୁଁ ଜୈବିକ ଚାଷୀ ସନ୍ତୋଷ ଧରୁଆ ସ୍ତ୍ରୀ, ୪ ସନ୍ତାନ ସହିତ ଗୃହହୀନ ହୋଇ ପଡ଼ିଛନ୍ତି। ସେ ପାଳନ କରିଥିବା ୬୫ ଗାଈ ଅବସ୍ଥା ନେଇ ତାଙ୍କ ଚିନ୍ତା ବୃଦ୍ଧି ପାଇଛି। ଏଥିସଂକ୍ରାନ୍ତରେ ସମ୍ବଲପୁର ଡିଏଫଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ସୂଚନା ଅନୁଯାୟୀ, ପ୍ରାୟ ୪ ବର୍ଷ ହେବ ଯୁଯୁମୁରା ବ୍ଲକ, ପଡ଼ିଆବାହାଲ ରେଂଜରେ କେତେ ବେଳେ ହାତୀ ଲୋକଙ୍କ ଘର ଭାଙ୍ଗୁଛିତ ଆଉ କେତେବେଳେ ଫସଲ, ଧାନ ଖାଇ ଦେଉଛି। ଗତକାଲି ରାତିରେ ବନ ବିଭାଗ କର୍ମଚାରୀ, ଗ୍ରାମବାସୀଙ୍କ ଉପସ୍ଥିତିରେ ୨ଟି ହାତୀ ଖାଇବା ପାଇଁ ଗାଁ ଭିତରକୁ ପଶିଥିଲେ। ସନ୍ତୋଷ ଧରୁଆଙ୍କ ଘର, ଫାର୍ମ ଭାଙ୍ଗି ୨୦ କେଜି ଗହମ ନେଇ ଯାଇଥିଲେ। ଏହାପରେ ଦଶରଥ ମିର୍ଧାଙ୍କ ଲୁହା ଝରକା ଭାଙ୍ଗି ଧାନ ବସ୍ତାଏ ଖାଇ ଯାଇଥିଲେ। କିଛି ସମୟରେ ଆଉ ଜଣେ ବ୍ୟକ୍ତିଙ୍କ ଆଜବେଷ୍ଟ ଘର ଭାଙ୍ଗି ଦେଇଥିଲେ। ହାତୀ ଉପଦ୍ରବ ଉପରେ ଲଗାମ ଲଗାଇବା ପାଇଁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe