କାଉଗୁଡ଼ା ଅଞ୍ଚଳରେ ହାତୀ ଉପଦ୍ରବ

Advertisment
କାଉଗୁଡ଼ା ଅଞ୍ଚଳରେ ହାତୀ ଉପଦ୍ରବ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ କାଉଗୁଡ଼ା ଅଞ୍ଚଳରେ ହାତୀ ଉପଦ୍ରବ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶନିବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ସିକେରକୁପା ବନ ବିଭାଗ ଅଧୀନରେ ଥିବା କାଉଗୁଡ଼ା ଗାଁର କୁନ୍ତ ଶବରଙ୍କ ଆମ୍ବ ବଗିଚାରେ ପଶି ବହୁ ଆମ୍ବ ଗଛ ଭାଙ୍ଗି ନଷ୍ଟ କରିଛି। ଖବରପାଇ ସିକେରକୁପା ଫରେଷ୍ଟ କର୍ମଚାରୀ ଘଟଣାସ୍ଥଳକୁ ଯାଇ କ୍ଷୟକ୍ଷତିର ଆକଳନ କରିଛନ୍ତି। ବନ ବିଭାଗ ପକ୍ଷରୁ କୁନ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହେଉଛି।

ଏ ସମ୍ପର୍କରେ ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀଙ୍କୁ ପଚାରିବାରୁ ଜଙ୍ଗଲରୁ ଗୋଟିଏ ହାତୀ ପଶି ଆସିଥିଲା ଏବଂ ଆମ କର୍ମଚାରୀ ଯାଇ ଘଉଡ଼ାଇ ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା ବିଭାଗୀୟ କର୍ମଚାରୀ ସେଠାରେ ଉପସ୍ଥିତ ଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe