ରିଆମାଳ ବ୍ଲକ୍‌ରେ ଦନ୍ତା ଉପଦ୍ରବ: ପରିବା ନଷ୍ଟ କଲେ, ଘର ଭାଙ୍ଗିଲେ

Advertisment
ରିଆମାଳ ବ୍ଲକ୍‌ରେ ଦନ୍ତା ଉପଦ୍ରବ: ପରିବା ନଷ୍ଟ କଲେ, ଘର ଭାଙ୍ଗିଲେ

ରିଆମାଳ : ରିଆମାଳ ବ୍ଲକ୍‌ରେ ହାତୀଙ୍କ ଉପଦ୍ରବ ଥମିବାର ନାଁ ଧରୁନି। ଶନିବାର ରାତିରେ ଖିଲେଇ ପଞ୍ଚାୟତ ଚୁଆଖୋଳ ଗ୍ରାମରେ ଏକ ଦନ୍ତା ହାତୀ ୧୦ ଜଣଙ୍କ ପନିପରିବା ବଗିଚାରେ ପଶି ଫସଲ ନଷ୍ଟ କରିଛି। ଫଳରେ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେହିପରି ଗ୍ରାମର କୃଷ୍ଣଚନ୍ଦ୍ର ଧିବରଙ୍କ ଚାଳଘରକୁ ଭାଙ୍ଗି ଧାନ, ଚାଉଳ ଖାଇଦେଇଛି। ଘରଟି ସଂପୂର୍ଣ୍ଣ ଭାଙ୍ଗିଯାଇଥିବାରୁ କୃଷ୍ଣଙ୍କ ପରିବାର ବାସହୀନ ହୋଇ ପଡ଼ିଛନ୍ତି। ପରିବାରର ୫ ସଦସ୍ୟ ପଡ଼ିଶା ଘରେ ଆଶ୍ରୟ ନେଇଛନ୍ତି। ବନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ କ୍ଷୟକ୍ଷତି ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ ଓ ଘର ଭାଙ୍ଗିଥିବା କୃଷ୍ଣଚନ୍ଦ୍ରଙ୍କୁ ଏକ ଘର ଯୋଗାଇ ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe