ତେଲକୋଇରେ ଥମୁନି ହାତୀ ଉପଦ୍ରବ: ଦନ୍ତା ଖାଇଗଲା ଧାନ

Advertisment
ତେଲକୋଇରେ ଥମୁନି ହାତୀ ଉପଦ୍ରବ: ଦନ୍ତା ଖାଇଗଲା ଧାନ

ତେଲକୋଇ : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଅନ୍ତର୍ଗତ ବିମଳା ଫରେଷ୍ଟ ସେକ୍ସନରେ ହାତୀପଲ ଉପଦ୍ରବ ଚଳାଇଛନ୍ତି। ଗତକାଲି ଏକ ଗୋଠଛଡ଼ା ଦନ୍ତା ବିମଳା ଫରେଷ୍ଟ ସେକ୍ସନ ପଡ଼ାଙ୍ଗ ବିଟ୍ ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ ପଶି ଘର କାନ୍ଥ ଭାଙ୍ଗି ଧାନ ଓ ଚାଉଳ ଖାଇଦେଇଛି। ସନ୍ଧ୍ୟା ନ ହେଉଣୁ ସ୍ଥାନୀୟ ଅଞ୍ଚଳରେ ହାତୀ ଉପଦ୍ରବ ଆରମ୍ଭ ହୋଇଯାଉଛି। ଗ୍ରାମର ମଙ୍ଗୁଳି ପାତ୍ର ଓ ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇଛି ଦନ୍ତା। ଖବର ପାଇବା ପରେ ଗାଁ ଲୋକେ ରୁଣ୍ଡ ହେବା ସହିତ ଦନ୍ତାକୁ ଘଉଡ଼ାଇଥିଲେ।

ଏନେଇ ବିମଳା ଫରେଷ୍ଟର ଜ୍ୟୋର୍ତିମୟୀ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଥିଲେ ଯେ ବିମଳା ସେକ୍ସନରେ ୨ଟି ହାତୀପଲ ରହୁଛନ୍ତି। ଗୋଟିଏ ପଲରେ ୧୫ଟି ଓ ଅନ୍ୟ ପଲରେ ୧୪ଟି ହାତୀ ରହିଛନ୍ତି। ହାତୀପଲଙ୍କ ଗତିବିଧି ଉପରେ ନଜର ରଖାଯାଇଛି। ତେବେ କୃଷ୍ଣପୁର ଗ୍ରାମରେ ଗତକାଲି ରାତିରେ ଏକ ଦନ୍ତାହାତୀ ଘର ଭାଙ୍ଗି ଧାନ ଚାଉଳ ଖାଇଥିବା ସ୍ବୀକାର କରିବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe