ତେଲକୋଇ : କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଭୀମକାଣ୍ଡ ଗ୍ରାମରେ ଗୋଠଛଡ଼ା ଦନ୍ତାହାତୀର ଉପଦ୍ରବ ଜାରି ରହିଛି। ଗତକାଲି ବିଳମ୍ବିତ ରାତିରେ ଭୀମକାଣ୍ଡ ଗ୍ରାମରେ ପଶି ରମେଶ ବେହେରା, ପଙ୍କଜ ମହାନ୍ତ, ଡିଲେଶ୍ବର ମହାନ୍ତ, ରଜତ କୁମାର ସାହୁ, ପଞ୍ଚାନନ ସାହୁ, ଦାଶରଥି ସାହୁ, ଚନ୍ଦ୍ରଶେଖର ବେହେରାଙ୍କ ଘର ଭାଙ୍ଗିବା ସହ ଆଖୁ, କୋବି, ରସୁଣ, ଆଳୁ ଓ ପରିବା ଚାଷ ନଷ୍ଟ କରିଦେଇଛି। ସେହିପରି ଆକୁଳ ପଞ୍ଚାୟତ ବନବିହାରୀପୁର ଗ୍ରାମର ମୁକୁନ୍ଦ ପ୍ରଧାନଙ୍କ ଘର ଭାଙ୍ଗି ୨୦ ବସ୍ତା ଧାନ ଖାଇଥିବା ଅଭିଯୋଗ ହୋଇଛି।
/sambad/media/post_attachments/wp-content/uploads/2022/01/cd2600d0-0dd7-46b9-94ad-5f1ffcfc49ae.jpg)
ସ୍ଥାନୀୟ ଲୋକେ ହାତୀଟିକୁ ଘଉଡ଼ାଇବାକୁ ଚେଷ୍ଟା କଲେ ସେ ଲୋକଙ୍କୁ ମାରିବାକୁ ଗୋଡ଼ାଇ ଆସୁଛି। କିଛିଦିନ ହେଲା ବିମଳା ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବିଭିନ୍ନ ଗାଁରେ ଦନ୍ତାଟି ଉତ୍ପାତ କରୁଛି। ବନ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ସହ ହାତୀକୁ ଅନ୍ୟତ୍ର ଘଉଡ଼ାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
Follow Us