ଯାତ୍ରୀ ବସ୍‌କୁ ଦନ୍ତାର ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Advertisment

ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ସତର୍କ ରହିବାକୁ ପରାମର୍ଶ ଦେଲା ବନବିଭାଗ

ଯାତ୍ରୀ ବସ୍‌କୁ ଦନ୍ତାର ଆକ୍ରମଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କଳାବାଡ଼ିଆ/ ବିଶୋଇ/ବିଶୋଇ(୧) : ମୟୂରଭଞ୍ଜ ଜିଲ୍ଲାର ଦ୍ୱାରଶୁଣି ଘାଟି ୪୯ନଂ ଜାତୀୟ ରାଜପଥରେ ରବିବାର ଅପରାହ୍ନରେ ଏକ ଦନ୍ତା ଉପଦ୍ରବ କରିଛି। ଏକ ଯାତ୍ରୀବାହୀ ବସ୍‌କୁ ଆକ୍ରମଣ କରିଥିବାବେଳେ ସେଥିରେ ବସିଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ସାରସକଣା ବ୍ଲକକୁ ଆସିଥିବା ଝାଡ଼ଖଣ୍ଡୀ ହାତୀପଲ ବ୍ଲକର ବିଭିନ୍ନ ଗ୍ରାମରେ ପଶି ଉତ୍ପାତ କରି ଧନଜୀବନ ନଷ୍ଟ କରୁଛନ୍ତି। ବନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ମିଳିତ ଉଦ୍ୟମରେ ହାତୀପଲକୁ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରହିଥିବା ବେଳେ ଏହି ହାତୀପଲରୁ କିଛି ଦ୍ୱାରଶୁଣି ଘାଟି ପାଦଦେଶ ବାଙ୍ଗରିପୋଷି ଅଞ୍ଚଳକୁ ଆସି ଏଣେତେଣେ ଘୂରି ବୁଲୁଛନ୍ତି। ରବିବାର ଦିନ ଏକ ଦନ୍ତା ପଲରୁ ଅଲଗା ହୋଇଯିବା ପରେ ଘାଟି ରାସ୍ତାରେ ଗାଡ଼ି, ମୋଟର ଓ ଲୋକଙ୍କୁ ଦେଖି ହିଂସ୍ର ହୋଇ ଉଠିଥିଲା। ବାରିପଦାରୁ ବିଶୋଇ ଅଭିମୁଖେ ଆସୁଥିବା ୨ଟି ଘରୋଇ ଯାତ୍ରୀବାହୀ ବସ୍‌ ‘ଦୁଲହନ’ ଓ ‘ଝୁନା’କୁ ଆକ୍ରମଣ କରି ଭାଙ୍ଗିଦେଇଛି ଦନ୍ତା। ଏଥିରେ କିନ୍ତୁ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ।

ଅନେକ ମାଲବାହୀ ଟ୍ରକ, ଚାରିଚକିଆ ଗାଡ଼ି ଦନ୍ତାର ଉତ୍ପାତ ଯୋଗୁ ଦୀର୍ଘ ସମୟ ଧରି ଘାଟିରେ ଅଟକି ରହିଥିଲା। ସୂଚନା ପାଇ ନିଶ୍ଚିନ୍ତା ଓ ରାଜାବସା ସେକ୍ସନ ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଘଉଡ଼ାଇବାରୁ ଦନ୍ତାଟି ପଣ୍ଡାଶୋଳ ଗ୍ରାମ ନିକଟ ଜଙ୍ଗଲରେ ଥିବା ଅନ୍ୟ ହାତୀଙ୍କ ନିକଟକୁ ଚାଲି ଯାଇଛି। ଦନ୍ତାଟି ସେଠାରୁ ଚାଲି ଯାଇଥିଲେ ସୁଦ୍ଧା ଘାଟି ନିକଟ ଜଙ୍ଗଲରେ ଆହୁରି କିଛି ହାତୀ ରହିଥିବା ସନ୍ଦେହ କରାଯାଉଛି। ତେଣୁ ଘାଟି ରାସ୍ତାଦେଇ ଯାଉଥିବା ଗାଡ଼ି ଚାଳକଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ବନ ବିଭାଗ ନିବେଦନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe