ମହାନଦୀରେ ଭାସିଗଲା ହାତୀଛୁଆ

ଆଜି ବିଶ୍ବ ହସ୍ତୀ ଦିବସ, ମୁଖ୍ୟ ଆକର୍ଷଣ ସାଜିବେ ଛୋଟ ହାତୀ

Elephant Facts and Information

କନକତୋରା : ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ସୀମାନ୍ତକୁ ବରଗଡ଼ ଜିଲ୍ଲା ବାରପାହାଡ଼ ପଟୁ ମହାନଦୀ ପାରି କରୁଥିବା ବେଳେ ଏକ ଛୁଆହାତୀ ପାଣିରେ ଭାସି ଯାଇ ପ୍ରାଣ ହରାଇଥିବା ଜଣାପଡ଼ିଛି।

publive-imageସୂଚନା ଅନୁଯାୟୀ ଏହୀ ହାତୀପଲ ଶୁକ୍ରବାର ମହାନଦୀ ପାରି ହୋଇ ବାଦିମାଲ ପଞ୍ଚାୟତ କୁଶମେଲ ଅଭିମୁଖେ ଆସୁଥିଲେ। ମାତ୍ର ପଲ‌େର ଥିବା ଏକ ହାତୀ ଛୁଆ ପାଣିରେ ବୁଡ଼ି ଯାଇଥିଲା। ବର୍ତ୍ତମାନ ଏହି ହାତୀପଲ ଭିଖମପାଲି ପଞ୍ଚାୟତ ପୂଜାରୀପାଲିସ୍ଥିତ ହୀରାକୁଦ ଜଳଭଣ୍ଡାର ସୀମା ମଧ୍ୟରେ ଅଛନ୍ତି। ହାତୀଛୁଆର ମୃତଦେହକୁ ବନ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇ ପୋତି ଦିଆଯାଇଛି। ହାତୀ ପଲ ଉପରେ ବନ ବିଭାଗ ନଜର ରଖିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe