ଗାତରେ ପଡ଼ି ହାତୀ ଶାବକର ମୃତ୍ୟୁ

ଗାତରେ ପଡ଼ି ହାତୀ ଶାବକର ମୃତ୍ୟୁ

ଲଇକେରା : ଝାରସୁଗୁଡ଼ା ବନଖଣ୍ଡ ବାଗଡିହି ଫରେଷ୍ଟ ରେଂଜ ଅଂଚଳରେ କିଛି ଦିନ ହେଲା ହାତୀମାନେ ଉପଦ୍ରବ କରି ଆସୁଥିବା ସମୟରେ ଏକ ହାତୀ ଶାବକ ଗାତରେ ପଡ଼ି ପ୍ରାଣ ହରାଇଥିବା ଜଣାପଡ଼ିଛି। ତେଲିଡିହି ରେଲେଓ୍ଵ ଫାଟକ ନିକଟରୁ ୩୦୦ ମିଟର ଦୂରରେ ଥିବା ଏକ ଗାତରେ ହାତୀ ଶାବକଟି ପଡ଼ି ଯାଇଥିଲା। ଗତ ଗୁରୁବାର ରାତିରେ ଏହି ଘଟଣାଟି ଘଟିଛି। ହାତୀ ପଲ ରେଳ ଧାରଣା ପାରି ହେଉଥିବା ବେଳେ କେବୁଲ ପାଇଁ ନିକଟରେ ଗାତ ଖୋଳା ଯାଇଥିଲା। ଅଣଓସାରିଆ ଗଭୀର ଗାତ ଭିତରେ ଉକ୍ତ ହାତୀଟି ମରି ପଡ଼ିଥିବା ଶୁକ୍ରବାର ସକାଳେ ଦେଖିବାକୁ ମିଳିଥିଲା। ହାତୀ ଶାବକର ବୟସ ପ୍ରାୟ ୫ ମାସ ହେବ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe