୫ ବର୍ଷ ହେଲା ହୋଇନି ହାତୀ ଗଣନା: ୨୦୦ ଥିଲେ, ଏବେ ୩୦

Advertisment
ହାତୀଛୁଆର ମୃତ୍ୟୁ, ଶବକୁ ଜଗି ବସିଥିଲା ମା’

ବନ୍ତଳା, (ପ୍ରଭାତ ବେହେରା): ହାତୀମାନଙ୍କର ଏକଦା ଉପଯୁକ୍ତ ଆବାସସ୍ଥଳୀ ଥିବା ମହାନଦୀ ହସ୍ତୀପ୍ରକଳ୍ପ ଅଞ୍ଚଳ ବିଭିନ୍ନ କାରଣରୁ ଉଜୁଡ଼ିବାରେ ଲାଗିଛି। ଏଥିଯୋଗୁ ଅଞ୍ଚଳରେ ହାତୀ ସଂଖ୍ୟା କମିବାରେ ଲାଗିଛି। ଏ ନେଇ ପରିବେଶବିତ୍‌ ମହଲରେ କ୍ଷୋଭ ପ୍ରକାଶ ପାଇଥିବାବେଳେ ବନ ବିଭାଗ ପକ୍ଷରୁ ଆବଶ୍ୟକ ପଦ‌‌‌କ୍ଷେପ ନିଆଯାଉନାହିଁ।

ସୂଚନା ଅନୁଯାୟୀ, ହାତୀଙ୍କ ସୁରକ୍ଷା ଓ ପରିଚାଳନା ପାଇଁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ୧୯୯୨ ମସିହାରେ ଏକ ସ୍ବତନ୍ତ୍ର ଯୋଜନା ଆରମ୍ଭ କରିଥିଲେ। ଏହି ଯୋଜନା ମାଧ୍ୟମରେ ଦେଶରେ ଅଧିକ ହାତୀ ଥିବା ଅଞ୍ଚଳକୁ ହସ୍ତୀ ପ୍ରକଳ୍ପ ଘୋଷଣା କରାଯାଇଛି। ଏହି ହସ୍ତୀ ପ୍ରକଳ୍ପ ପାଇଁ ସ୍ବତନ୍ତ୍ର ଅନୁଦାନ ମଞ୍ଜୁର ହେବାସହିତ ବୈଜ୍ଞାନିକ ଓ ବୈଷୟିକ ଉପାୟରେ ହାତୀଙ୍କର ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥା କରାଯାଉଛି। ପ୍ରତି ହସ୍ତୀ ପ୍ରକଳ୍ପ ଅଞ୍ଚଳରେ ସଂପୃକ୍ତ ବନ ମଣ୍ଡଳ ଅଧିକାରୀଙ୍କୁ କ୍ଷେତ୍ର ସଂଯୋଜକ ରୂପେ ପ୍ରଶାସନିକ କ୍ଷମତା ଦିଆଯାଇଛି।

publive-image

ଓଡ଼ିଶାର ମଧ୍ୟ ଭାଗରେ ଥିବା ସାତକୋଶିଆ ଓ ବାଇଶିପାଲି ଅଭୟାରଣ୍ୟ ଏବଂ ପାର୍ଶ୍ବବର୍ତ୍ତୀ ଅନୁଗୁଳ, କଟକ, ନୟାଗଡ଼ ଓ ବୌଦ୍ଧ ଜିଲ୍ଲାର କିଛି ଅଞ୍ଚଳକୁ ନେଇ ୨୦୦୨ ମସିହାରେ ହସ୍ତୀ ପ୍ରକଳ୍ପ ଘୋଷଣା କରାଯାଇଛି । ଏହି ପ୍ରକଳ୍ପ ମଧ୍ୟ ଭାଗରେ ବହିଯାଇଛି ମହାନଦୀ। ଏଠାରେ ଅଛି ସାତକୋଶିଆ ଗଣ୍ଡ । ମହାନଦୀର ଉଭୟ ପାର୍ଶ୍ବରେ ଥିବା ଘଞ୍ଚଜଙ୍ଗଲ ଜୈବ ବିବିଧତାରେ ପରିପୂର୍ଣ୍ଣ। ଶାଳ, ଅନ୍ୟ ବୃକ୍ଷଲତା, ୩ ପ୍ରକାର ବାଉଁଶ ବଣ, ବିରଳ ବନ୍ୟପ୍ରାଣୀ ଥିବା ଏହି ଅଞ୍ଚଳ ହାତୀମାନଙ୍କର ଉପଯୋଗୀ ବାସସ୍ଥଳୀ।

୨୦୦୨ ମସିହାରେ ହାତୀ ଗଣନା କରାଯାଇଥିଲା। ସେତେବେଳେ ମହାନଦୀ ହସ୍ତୀ ପ୍ରକଳ୍ପର ସାତକୋଶିଆ ବନଖଣ୍ଡ, କଟକ, ନୟାଗଡ଼, ମହାନଦୀ ଓ ବୌଦ୍ଧ ବନଖଣ୍ଡ ଅଞ୍ଚଳରେ ପାଖାପାଖି ୨୫୦ ହାତୀ ଥିଲେ। ସେହିପରି ୨୦୦୭,୨୦୧୦,୨୦୧୨,୨୦୧୫ ଏବଂ ୨୦୧୭ ମସିହାରେ ହାତୀ ଗଣନା ପର୍ଯ୍ୟନ୍ତ ଅଞ୍ଚଳରେ ୨ ଶହରୁ ଅଧିକ ହାତୀ ଥିଲେ। ମାତ୍ର, ୨୦୧୭ ମସିହା ପରଠାରୁ ହାତୀ ଗଣନା ହୋଇନାହିଁ। ପ୍ରତିଦିନ ହେଉଥିବା ହାତୀ ଆକଳନ ରିପୋର୍ଟରୁ ମହାନଦୀ ହସ୍ତୀ ପ୍ରକଳ୍ପ ଅଞ୍ଚଳରେ ୨୦ ରୁ ୩୦ ହାତୀ ରହୁଥିବା ଜଣାପଡ଼ିଛି । ବାଘ ସୁରକ୍ଷା ନିମନ୍ତେ ତୃଣଭୋଜୀଙ୍କ ପାଇଁ ଘାସ ଚାଷ, ଚାରଣଭୂମି ସୃଷ୍ଟି ଯୋଜନା ହୋଇଥିଲା। ଏହାଦ୍ବାରା ଚାରଣଭୂମି ସୃଷ୍ଟି କରାଯାଇ ପାରିଲା ନାହିଁ, ବରଂ ହାତୀ ଆବାସସ୍ଥଳୀ ଧ୍ବଂସ ପାଇଗଲା ବୋଲି ପରିବେଶବିତ୍‌ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe