Picture Courtesy: Neha Parmar
ସମ୍ବଲପୁର : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ ବସିଆପଡ଼ାରେ ଧାନ କାଟିବାକୁ ଚାଷୀ ପ୍ରସ୍ତୁତ ହେଉଛି। ମାତ୍ର ପାଚିଲା ଫସଲକୁ ଖାଇବା ସହିତ ଦଳି ଦେଲାଣି ହାତୀ। ଏଥିଯୋଗୁଁ ୫ ଦିନ ମଧ୍ୟରେ ୧୦ ଜଣ ଚାଷୀଙ୍କ ପ୍ରାୟ ୨୦ରୁ ୨୫ ଏକର ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।
ସ୍ଥିତି ଏଭଳି ହେଲାଣି ହାତୀ ଘୋଡ଼ାଇବା ପାଇଁ ବନ ବିଭାଗ ଉଦ୍ୟମ କରୁଥିଲେ ମଧ୍ୟ ବିଫଳ ହେଉଛି। ବରଂ ବସିଆପଡ଼ା ନିକଟବର୍ତ୍ତୀ ଏକ ସ୍ଥାନରେ ହାତୀମାନେ ରହୁଛନ୍ତି। ସଂଧ୍ୟା ୭ଟାରୁ ୭.୩୦ ମଧ୍ୟରେ ୭ରୁ୮ ଘର ହାତୀ ବାହାରି ଫସଲ ଖାଇଦେଉଥିବା ସ୍ଥାନୀୟ ଅଧିବାସୀ ଅଭିଯୋଗ କରିଛନ୍ତି। ଏପରିକି ଏନଏଚରେ ମଧ୍ୟ ହାତୀ ବୁଲୁଛନ୍ତି। ଖଳାରେ ଧାନ ରଖିବା ସୁରକ୍ଷିତ ହେଉ ନାହିଁ। ୫ ଦିନ ମଧ୍ୟରେ ଗାଁର ଶଙ୍କର ଭୋଇ, ରମଣୀ ବିଶ୍ବାଳ, ଶଙ୍କର ବୁଡ଼େକ, ନେତ୍ରନନ୍ଦ ରେଦୁନ, ଅଶ୍ବସ୍ତମା ଭୋଇ, ଦାରା ସିଂ ବୁଡ଼େକ, ଅଲେଖ ପ୍ରଧାନଙ୍କ ଧାନ ହାତୀ ନଷ୍ଟ କରି ସାରିଛି। କିଛି ବର୍ଷ ହେଲା ଏଠାରେ ହାତୀ ଉପଦ୍ରବ ବଢିବାରେ ଲାଗିଛି। ପୂର୍ବରୁ ବନ ବିଭାଗ କର୍ମଚାରୀ ହାତୀ ଘୋଡ଼ାଇବାରେ ସମର୍ଥ ଥିଲେ। ବର୍ତ୍ତମାନ ଏହା ମଧ୍ୟ ସମ୍ଭବ ହେଉ ନାହିଁ। ଏଣେ କ୍ଷତିଗ୍ରସ୍ତ ଫସଲର କ୍ଷତିପୂରଣ ମଧ୍ୟ ପାଇବାକୁ ଅନେକ ଦିନ ଲାଗୁଛି। ହାତୀ ୨୫ ହଜାର ଟଙ୍କାର ଫସଲ ନଷ୍ଟ କରିଥିଲେ କ୍ଷତିପୂରଣ ଆକାରରେ ମାତ୍ର ୫ ହଜାର ଟଙ୍କା ମିଳୁଛି। ଏହି ଅଞ୍ଚଳକୁ ହାତୀ ଦାଉରୁ ରକ୍ଷା କରାନଗଲେ ସେମାନେ ବରବାଦ ହୋଇଯିବେ ବୋଲି କ୍ଷତିଗ୍ରସ୍ତ ଚାଷୀମାନେ କହିଛନ୍ତି।
Follow Us