Image Source--the news minute
ବନ୍ତଳା: ଆଜି ଅନୁଗୁଳ ରେଞ୍ଜରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ ଅନୁଗୁଳ ରେଞ୍ଜର ପୋକୁଣ୍ଡା ସେକ୍ସନର ବୃନ୍ଦାବନପୁର ଗ୍ରାମର ବିଲରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଗତକାଲି ରାତି ପ୍ରାୟ ୩ଟା ବେଳେ ହାତୀଟି ରଡ଼ି କରିଥିଲା। ଗର୍ଜନ ଶୁଣି ବନ କର୍ମଚାରୀମାନେ ହାତୀକୁ ଖୋଜାଖୋଜି କରିଥିଲେ ମଧ୍ୟ ତାହାର ସନ୍ଧାନ ପାଇ ନଥିଲେ।
ତେବେ ଆଜି ସକାଳୁ ହାତୀଟି ବୃନ୍ଦାବନପୁରର ଏକ ବିଲରେ ମରିପଡ଼ିଥିବା ଦେଖିବାକୁ ମିଳିଥିଲା। ଏହି ଖବର ପାଇ ଅନୁଗୁଳ ବନ ବିଭାଗର ଡିଏଫଓ ସେଠାରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। କେଉଁ କାରଣରୁ ଉକ୍ତ ହାତୀର ମୃତ୍ୟୁ ଘଟିଛି, ତାହା ଏଯାଏଁ ସ୍ପଷ୍ଟ ହୋଇ ନାହିଁ। ତା’ଛଡ଼ା ଏହି ହାତୀ କେଉଁ ଅଞ୍ଚଳର ତାକୁ ନେଇ ବି ତଦନ୍ତ କରାଯାଉଛି। ମାଈ ହାତୀର ଶବ ବ୍ୟବଚ୍ଛେଦ କରାଯାଉଥିବାର ସୂଚନା ମିଳିଛି।
/sambad/media/post_attachments/wp-content/uploads/2019/08/ELEPHANT-1140x570.jpg)
ସୂଚନାଯୋଗ୍ୟ, ପ୍ରାୟ ତିନି ମାସ ତଳେ କେନ୍ଦୁଝର ଜିଲ୍ଲା ଉପରିସୁମଠ ଗ୍ରାମ ନିକଟରେ ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ ହୋଇଥିଲା। ହାତୀ ଅସୁସ୍ଥ ହୋଇ ପଡି ରହିଥିବା ବେଳେ ଏହାର ଚିକିତ୍ସା ପାଇଁ ଶିମିଳିପାଳ ଓ ନନ୍ଦନକାନନରୁ ୨ଟି ଡାକ୍ତରୀ ଦଳ ଚିକିତ୍ସା କରିଥିଲେ । ହେଲେ ହାତୀକୁ ସୁସ୍ଥ କରିପାରିଲେନି । ତେବେ ହାତୀଟି କେଉଁ ସଂକ୍ରମଣର ଶିକାର ହୋଇଥିଲା ତାହା ଜଣାପଡ଼ିନଥିଲା ।
Follow Us