ଗାତରୁ ଗର୍ଭବତୀ ହାତୀର ମୃତଦେହ ଉଦ୍ଧାର

Advertisment
ଦନ୍ତାକୁ ମାରି ଦାନ୍ତ ଲୁଟିଲେ, ବନ କର୍ମଚାରୀଙ୍କ ଉପରକୁ ଚଳାଇଲେ ଗୁଳି

Odisha Tri-N

ଗଡ଼ପୋଷ : ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ସାନଫିରିଙ୍ଗିବାହାଲ ଚମ୍ପାକୁହ୍ନା ଜଙ୍ଗଲର ଗାତ ମଧ୍ୟରୁ ଏକ ଗର୍ଭବତୀ ହାତୀର ମୃତଦେହ ଉଦ୍ଧାର କରାଯାଇଛି। ୧୬ ବର୍ଷର ଏହି ହାତୀଟି ୨୨ ମାସର ଗର୍ଭବତୀ ଥିବା ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି। ଗୁରୁବାର ସକାଳେ ଗାଈ ଚରାଇବାକୁ ଯାଇଥିବା କିଛି ସ୍ଥାନୀୟ ଲୋକ ଏହା ଦେଖିବାକୁ ପାଇଥିଲେ। ଖବରପାଇ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାତରୁ ହାତୀର ମୃତଦେହ କାଢ଼ିବାକୁ ଅଗ୍ନିଶମ ବିଭାଗକୁ ଡକା ନ ଯିବା କିମ୍ବା ଆବଶ୍ୟକ ଦଉଡ଼ି ଯୋଗାଡ଼ ହୋଇ ନପାରିବାରୁ ବାଧ୍ୟ ହୋଇ ପ୍ରାଣୀ ଚିକିତ୍ସକ ଦଳ ପ୍ରତିକୂଳ ପରିସ୍ଥିତିରେ ବ୍ୟବଚ୍ଛେଦ ଆରମ୍ଭ କରିଥିଲେ। ବ୍ୟବଚ୍ଛେଦ ପରେ ହାତୀଟିକୁ ନିକଟରେ ଏକ ଗାତ ଖୋଳି ପୋତି ଦିଆଯାଇଥିଲା। ହାତୀଟି ପଛୁଆ ଯାଉଥିବାବେଳେ ଗାତରେ ଖସି ପଡ଼ି ପ୍ରାଣ ହରାଇଥିବା ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe