ବିଦ୍ୟୁତ୍‌ ଆଘାତରେ ହାତୀଛୁଆ ମୃତ: ତାର ବିଛାଇଥିବା ୨ ଗିରଫ

Advertisment
ବିଦ୍ୟୁତ୍‌ ଆଘାତରେ ହାତୀଛୁଆ ମୃତ: ତାର ବିଛାଇଥିବା ୨ ଗିରଫ

ଢେଙ୍କାନାଳ/ରାସୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳର ରାସୋଳ ସେକ୍ସନ୍‌ ରାମପାଳ ବନ୍ଧ ନିକଟରୁ ଆଜି ସକାଳେ ଏକ ୫ ବର୍ଷର ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀଛୁଆଟିର ମୃତ୍ୟୁ ହୋଇଥିବା ବନ ବିଭାଗ ସ୍ପଷ୍ଟ କରିଛି। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।

ପ୍ରକାଶ ଯେ କିଛିଦିନ ହେବ ସ୍ଥାନୀୟ ଅଞ୍ଚଳରେ ହାତୀପଲ ରହିଥିବାରୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ରାସୋଳ ଫରେଷ୍ଟର୍‌ ଶୁଭେନ୍ଦୁ ଭୂ୍ୟାଁଙ୍କ ସମେତ ଏକ ସ୍କ୍ବାଡ୍ ସେଠାରେ ଜଗି ରହିବା ସହ ସେମାନଙ୍କ ଗତବିଧି ଉପରେ କଡ଼ା ନଜର ରଖିଥିଲେ। ସୋମବାର ରାତିରେ ଏହି ହାତୀପଲ ମୁଣ୍ଡିଆପଶି ଗାଁରେ ପଶି ବହୁ ଧାନ ଫସଲ ନଷ୍ଟ କରିଥିଲେ ବୋଲି ଗ୍ରାମର ହରିହର ସରଙ୍କ ସମତେ କିଛି ଲୋକ ଅଭିଯୋଗ କରିଥିଲେ। ଆଜି ସକାଳେ ରାମପାଳ ବନ୍ଧ ନିକଟରେ ଏକ ଛୁଆହାତୀର ମୃତଦେହ ପଡ଼ିଥିବା ଦେଖାଯାଇଥିଲା। ଏହା ଦେଖି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ।

ଫରେଷ୍ଟର୍‌ ଶ୍ରୀ ଭୂୟାଁ, ଡିଏଫ୍‌ଓ ସୁମିତ କର, ଏସ୍‌ଇଏଫ୍‌ ସତ୍ୟନାରାୟଣ ସାହୁ, ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀ ବିଭୂତି ଭୂଷଣ ରଣାଙ୍କ ସମେତ ଭୁବନେଶ୍ୱରର ଏକ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ହାତୀର ଶବ ବ୍ୟବଚ୍ଛେଦ କରିଥିଲେ। ପାରିପାର୍ଶ୍ବିକ ସ୍ଥିତି ଓ ମୃତ ହାତୀଛୁଆର ଦେହରୁ ମିଳିଥିବା କ୍ଷତ ଅନୁଯାୟୀ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ଘଟଣାର ତଦନ୍ତ ପରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ମୁଣ୍ଡିଆପଶି ଅଞ୍ଚଳର ହିରଣ୍ୟ ଭୋଇ, ମାହି ଭୋଇଙ୍କୁ ଗିରଫ କରାଯାଇଥିବା ବନଖଣ୍ଡ ଅଧିକାରୀ ସୁମିତ କର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe