ଆଠଗଡ଼ରେ ହାତୀ ମୃତ୍ୟୁ

ଆଠଗଡ଼ରେ ହାତୀ ମୃତ୍ୟୁ

କଟକ : ଆଠଗଡ ଡିଏଫଓ କାର୍ଯ୍ୟାଳୟଠାରୁ ମାତ୍ର ୫ କିଲୋମିଟର ଦୂରରେ ଗୋଟିଏ ମାଈ ହାତୀର ମୃତ୍ୟୁ ଘଟିଛି। ମୃତ ମାଈ ହାତୀର ବୟସ ୮ରୁ ୯ ବର୍ଷ ହେବ ବୋଲି ବନ ବିଭାଗ ଆକଳନ କରୁଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁୁର କାରଣ ସ୍ପଷ୍ଟ ହେବ ବୋଲି ବନ ବିଭାଗ ସୂଚନା ଦେଇଛି।

ଆଠଗଡ ସଦର ରେ‌ଞ୍ଜ୍ ଅନ୍ତର୍ଗତ ରାଜନଗର ଶବର ସାହି ତଇଲାରେ ଆଜି ସକାଳେ ଏହି ହାତୀ ମରି ପଡିଥିବା ଜଣା ପଡ଼ିବା ପରେ ଗ୍ରାମବାସୀମାନେ ରାଜନଗର ସରପ˚ଚ ମହେନ୍ଦ୍ର ପରିଡାଙ୍କୁ ସୂଚନା ଦେଇଥିଲେ। ସରପ˚ଚଙ୍କ ଠାରୁ ଖବର ପାଇ ସଦର ଫରେଷ୍ଟ ଅଫିସର ରବୀନ୍ଦ୍ର କୁମାର ନାୟକ, ଆଠଗଡ ଏସିଏଫ ରାଜେନ୍ଦ୍ର କୁମାର ଦାସ ଘଟଣାସ୍ଥଳରେ ପହ˚ଚି ଥିଲେ। ଭୁବନେଶ୍ବର ଓୟୁଏଟିରୁ ପ୍ରାଣୀ ଚିକିତ୍ସକ ଆସି ଶବ ବ୍ୟବ‌େଚ୍ଛଦ କରିଥିଲେ।

କିଛି ଦିନ ପୂର୍ବରୁ ଢେଙ୍କାନାଳରେ ବିତ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ ହାତୀଙ୍କର ମୃତ୍ୟୁ ଘଟିଥିଲା। ୬ ବର୍ଷ ମଧ୍ୟରେ ୬୦ଟି ହାତୀର ମୃତ୍ୟୁ ହୋଇଥିବା ତଥ୍ୟ କହୁଛି।

ଅନ୍ୟପକ୍ଷରେ, ଏହି ଘଟଣା ପରେ ଆଠଗଡ ବନଖଣ୍ତ ତରଫରୁ ଆଠଗଡ ଡିଏଫଓ ସସ୍ମିତା ଲେଙ୍କାଙ୍କ ଅଧୢକ୍ଷତାରେ ହାତୀ ସୁରକ୍ଷା ନେଇ ଅନୁଷ୍ଠିତ ସମନ୍ବୟ ବୈଠକରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିଷ୍ପତ୍ତି ହୋଇଥିଲେ ମଧୢ ଏହାର ସୁଫଳ ମିଳୁ ନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe