ହାତୀ ଲଢ଼େଇରେ ଦନ୍ତା ମୃତ

Advertisment
ହାତୀ ଲଢ଼େଇରେ ଦନ୍ତା ମୃତ

ଆଠଗଡ଼ : ଆଠଗଡ଼ ସଦର ଫରେଷ୍ଟ୍‌ ରେଞ୍ଜ ଅନ୍ତର୍ଗତ ଖଳଖଳା ସ˚ରକ୍ଷିତ ଜଙ୍ଗଲ ନିକଟ ବନ୍ଧହଟା ଗ୍ରାମର ଚାଷ ଜମିରେ ଆଜି ଦୁଇଟି ହାତୀ ପଲ ମଧ୍ୟରେ ଲଢ଼େଇ ହୋଇଛି। ଏହି ସ˚ଘର୍ଷରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିବା ବନ ବିଭାଗ ସୂଚନା ଦେଇଛି। ଆଜି ବଡ଼ିଭୋର୍‌ରେ ଦୁଇଟି ହାତୀପଲ ବନ୍ଧହଟା ଗ୍ରାମର ଚାଷଜମିରେ ମୁହାଁମୁହିଁ ହୋଇଥିଲେ। ହଠାତ୍‌ ଦୁଇ ପଲରେ ଥିବା ପ୍ରାୟ ୧୬ଟି ହାତୀଙ୍କ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଥିଲା। ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଲଢ଼େଇରେ ୮ବର୍ଷ ବୟସର ଏକ ଦନ୍ତା ହାତୀର ମୃତ୍ୟୁ ଘଟିଥିଲା। ଏହାପରେ ଦୁଇ ହାତୀପଲ ସଂରକ୍ଷିତ ଜଙ୍ଗଲ ଆଡ଼କୁ ଚାଲି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe