ପୁଣି ଏକ ଦନ୍ତାର ମୃତ୍ୟୁ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିବା ସନ୍ଦେହ

Advertisment
ବନ୍ତଳା ବନାଞ୍ଚଳରେ ମାତିଛି ଦନ୍ତା, ହାତୀ ଆକ୍ରମଣରେ ପୁଣି ଜଣେ ବୃଦ୍ଧଙ୍କ ମୃତ୍ୟୁ

ଢେଙ୍କାନାଳ/ ଭାପୁର : ଢେଙ୍କନାଳ ଜିଲ୍ଲା ସଦର ରେଞ୍ଜ ଘଟିପିରି ସେକ୍ସନ୍‌ ଓସ୍ତପାଳ ଗ୍ରାମରେ ଏକ ଦନ୍ତାର ମୃତ୍ୟୁ ହୋଇଛି। ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଥିବା ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି।

ଓସ୍ତପାଳ ଗ୍ରାମର ପ୍ରବେଶପଥରେ ଥିବା ଚାଷ ଜମିରେ ଏହି ଦନ୍ତାହାତୀ ମରିପଡ଼ିଥିବା ଅଞ୍ଚଳବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଅନୁଗୁଳ ଆର୍‌ସିସିଏଫ୍ ଏମ୍. ଯୋଗଜୟାନନ୍ଦ, ଢେଙ୍କାନାଳ ବନଖଣ୍ତ ଅଧିକାରୀ ସୁମିତ୍ କର, ଏସିଏଫ୍ ସୁବ୍ରତ ପାତ୍ର, ଜଏଣ୍ଟ ଟାସ୍କ ଫୋର୍ସ ଭୁବନେଶ୍ବରର ୨ ଜଣ ଅଧିକାରୀ, ଢେଙ୍କାନାଳ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ସଦର ଥାନା ଅଧିକାରୀ ପ୍ରଦୀପ ପ୍ରଧାନ, ସଦର ରେଞ୍ଜ ଅଧିକାରୀ ବିଭୁଦାନନ୍ଦ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଦନ୍ତାହାତୀ ମୃତ୍ୟୁର କାରଣ ସଂପର୍କରେ ଅନୁଧ୍ୟାନ କରିଥିଲେ।

publive-image

ଅଧିକାରୀଙ୍କ ଉପସ୍ଥିତିରେ କପିଳାସ ପ୍ରାଣୀଉଦ୍ଧାର କେନ୍ଦ୍ରର ଡାକ୍ତର, ସାତକୋଶିଆ ଅଭୟାରଣ୍ୟର ଡାକ୍ତର ଏବଂ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ମୃତହାତୀର ଶବ ବ୍ୟବଚ୍ଛେଦ କରିବାପରେ ସେହିଠାରେ ପୋତିଦିଆଯାଇଥିଲା। ମୃତ ହାତୀର ବୟସ ୨୦ ବର୍ଷ ହୋଇଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଏହି ଘଟଣାରେ ଜଣଙ୍କୁ ସନ୍ଦେହ କରି ନଜରରେ ରଖାଯାଇଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏ ସଂପର୍କରେ ବନଖଣ୍ତ ଅଧିକାରୀ ଶ୍ରୀ କର କହିଛନ୍ତି , ମୃତ ହାତୀର ଶବ ବ୍ୟବଚ୍ଛେଦ ପରେ ତାର ନମୁନା ସଂଗ୍ରହ କରାଯାଇ ଭୁବନେଶ୍ବରକୁ ପଠାଯାଇଛି। ସେଠାରୁ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ। ଏହି ଘଟଣାରେ ସଂପୃକ୍ତ ଜଣେ ବ୍ୟକ୍ତିଙ୍କ ଉପରେ ନଜର ରଖାଯାଇଥିବା ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe