The Hans India
ଭଞ୍ଜନଗର: ଗଂଜାମ ଜିଲ୍ଲା ଭଂଜନଗର ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ଼ ରେଞ୍ଜର ତିଲିକି ଗ୍ରାମ ନିକଟରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ମଙ୍ଗଳବାର ରାତ୍ରିରେ ଉକ୍ତ ଅଂଚଳରେ ୧୮ ଟିକିଆ ହାତୀପଲ ବିଚରଣ କରୁଥିବା ବେଳେ ଦୁଇ ହାତୀ ମଧ୍ୟରେ ଲଢେଇ ଯୋଗୁ ହାତୀଟିର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଖବର ପାଇ ବନ ବିଭାଗର ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତ ହାତୀଟି ମାଈ ହାତୀ ବୋଲି ଜଣାପଡ଼ିଛି। ତେବେ ମୁଜାଗଡ଼ ବନାଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ଦୁଇଟି ହାତୀର ମୃତ୍ୟୁ ଚଳିତ ବର୍ଷ ଏହାକୁ ମିଶାଇ ୪ହାତୀର ମୃତ୍ୟୁ ଘଟିଥିବା ବେଳେ ପରିବେଶ ବିତ ଓ ପଶୁ ପ୍ରେମୀ ବନ ବିଭାଗର କାଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ସୂଚନାଯୋଗ୍ୟ, ଉତ୍ତର ଘୁମୁସର ବନଖଣ୍ଡ ଅଧୀନ ମୁଜାଗଡ଼ ବନାଞ୍ଚଳରେ ସୋମବାର ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ବିଞ୍ଝଗିରି ବିଟ୍ ଗମ୍ଭାରୀଗୋଚ୍ଛା ଗ୍ରାମ ନିକଟ ଝିଲିମିଲି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପାଖରୁ ହାତୀର ଶବକୁ ଠାବ କରାଯାଇଥିଲା। ହାତୀଟିର ବୟସ ପ୍ରାୟ ୧୨ରୁ ୧୪ ବର୍ଷ ହୋଇଥିବା ବେଳେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନଥିଲା।
Follow Us